Bikash Khabar
ଭିନ୍ନକ୍ଷମ ଓ ଭିକାରୀ ଚିହ୍ନଟ ପାଇଁ ଆସିବ ମୋବାଇଲ୍‌ ଆପ୍,ସେଥିରେ ଆସିଥିବା ଅଭିଯୋଗ ସମାଧାନ କରାଯିବ

ରାଜ୍ୟରେ କେତେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, ବିଧବା, ତୃ୍ତୀୟଲିଙ୍ଗୀ, ଭିକାରୀ, ଅବହେଳିତ ଲୋକ ଅଛନ୍ତି, ତା ସର୍ଭେ ହେବ। ଏଥିପାଇଁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏକ ମୋବାଇଲ୍ଆପ୍ ପ୍ରସ୍ତୁତ କରିବ। ଏହି ଆପ୍ରେ ହିତାଧିକାରୀ ସେମାନଙ୍କ ଅଭିଯୋଗ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇଁ ଆବେଦନ କରିପାରିବେ। ଏହାସହ ବିଭାଗୀୟ ଅଧିକାରୀମାନେ ଏହା ଉପରେ ପଦକ୍ଷେପ ନେଲେ, ତା ତଥ୍ୟ ବି ସେମାନେ ଏହି ଆପ୍ମାଧ୍ୟମରେ ଜଣାଇବେ। ଏହି ଆପ୍ବିଭାଗ ଏବଂ ଉପଭୋକ୍ତା ମଧ୍ୟରେ ତଥ୍ୟର ଆଦାନପ୍ରଦାନ ପାଇଁ ବ୍ୟବହାର ହେବ। ମୁଖ୍ୟମନ୍ତ୍ରୀଙ୍କ ୫ଟି କାର୍ଯ୍ୟକ୍ରମରେ ଏହି ମୋବାଇଲ୍ଆପ୍ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଅପରପକ୍ଷେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ନିକଟରେ ବସିଥିବା ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଏଣିକି ଭିନ୍ନକ୍ଷମମାନଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରାଯିବ। ସେଥିରେ କାର୍ଡ ପାଇଥିବା ବ୍ୟକ୍ତିଙ୍କ ସବିଶେଷ ତଥ୍ୟ ରହିବ। ଏଥିରେ ଅଧିକ ସୁବିଧା ସୁଯୋଗ ରହିବ, ସେନେଇ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ମତାମତ ବି ଲୋଡ଼ା ଯାଇଛି।

27/08/2019

Leave a Reply

Your email address will not be published. Required fields are marked *

Comments