Bikash Khabar
ଧର୍ମେନ୍ଦ୍ର ଙ୍କୁ ମିଳିବ ପୁଣିଥରେ ମନ୍ତ୍ରୀପଦ ,ଆସିଲା ଫୋନକଲ

ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟ ଥର ପାଇଁ  ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ସନ୍ଧ୍ୟାରେ ଶପଥ ଗ୍ରହଣ ହେବାକୁ ଥିବା ବେଳେ ସମ୍ଭାବ୍ୟ ମନ୍ତ୍ରୀପଦ କୁ  ନେଇ ଚର୍ଚା  ଜାରି ରହିଛି  ସମ୍ଭାବ୍ୟ ମନ୍ତ୍ରୀ ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ କଲ୍ ଯାଉଥିବା ଜଣା  ଯାଇଛି  ଅନେକ ହେଭିୱେଟ୍ ନେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମଧ୍ୟରେ  ଫୋନ୍ କଲ୍ ଯାଉଥିବା ଜଣାପଡିଛି ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାରୁ ବା କେଉଁ ଓଡିଆ ନେତା ସ୍ଥାନ ପାଇବେ, ସେନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିବା ବେଳେ  ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ପୁଣି ଥରେ ସାମ୍ନାକୁ ଆସିଛି ପୂର୍ବତନ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ କଲ୍ ଆସିଥିବା ବେଳେ ପ୍ରଧାନ ବିଜେପି ରାଷ୍ଟ୍ରିୟଅଧ୍ୟକ୍ଷ ଅମିତ ଶହ ଙ୍କୁ ଭେଟିଥିଲେ  ପିୟୁଷ ଗୋଏଲ,ଧର୍ମେନ୍ଦ୍ର ପ୍ରଧାନ, ଅମିତ ଶାହା ଙ୍କ ମଧ୍ୟରେ କିଛି ସମୟ ଧରି ଆଲୋଚନା ହୋଇଥିଲା।  ମୋଦିଙ୍କ ମନ୍ତ୍ରିମଣ୍ଡଳରେ ପୁଣି ଥରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନ୍ତ୍ରିପଦ ମିଳିବାର ସମ୍ଭାବନା ଥିବା ସ୍ପଷ୍ଟ ହୋଇଯାଇଛି  ତେବେ ଏହାରି ଭିତରେ ଜଣେ ପରେ ଜଣେ କରି ୪୦ ପାଖାପାଖି ନେତାଙ୍କୁ ଫୋନକଲ ଯାଇସାରିଛି।  ଫୋନ୍ କଲ୍ ଯାଉଥିବା ନେତାଙ୍କ ମଧ୍ୟରେ ଅର୍ଜୁନ ରାମ ମେଘବାଲ ,ଜିତେନ୍ଦ୍ର ସିଂ,ରାମଦାସ ଅଠାବଳେ,ଜି କିଷାନ ରେଡଡି,ରାମ ବିଳାସ ପାଶ୍ବାନ,ସୁରେଶ ଅଂଗଡି,ପିୟୁଷ ଗୋଏଲ,ପ୍ରହ୍ଲାଦ ଯୋଶୀ,ମୁକ୍ତାର ଆବାସ ନକଭି,ଧର୍ମେନ୍ଦ୍ର ପ୍ରଧାନ,ହରସୀମାରନ କୌର,ବାବୁଲ ସୁପ୍ରିୟ,ସୁଷମା ସ୍ଵରାଜ୍ୟ,ସ୍ମୃତି ଇରାନୀ,ନିର୍ମଲା ସୀତାରମଣ ,ପ୍ରକାଶ ଜାଭେଦକର ପ୍ରମୁଖ ଙ୍କ ନିକଟକୁ ମନ୍ତ୍ରୀ ଭାବେ ଶପଥ ନେବାକୁ ଫୋନକଲ ଆସିଥିବା ଜଣାଯାଇଛି ଓଡିଶାରୁ ଆଉ  କେଉଁ ନେତାଙ୍କ ନିକଟକୁ ବର୍ତ୍ତମାନ ସୁଦ୍ଧା ଫୋନକଲଆସି ଥିବା ଜଣାଯାଇଛି

30/05/2019

Leave a Reply

Your email address will not be published. Required fields are marked *

Comments