Bikash Khabar
ଖୁବ ଶୀଘ୍ର ହ୍ୱାଟ୍ସଆପର ଡିଜିଟାଲ ପେମେଣ୍ଟ ସେବା ହ୍ୱାଟ୍ସଆପ ପେ ଆରମ୍ଭ ହେବ

ଚଳିତ ମାସ ଶେଷ ସୁଦ୍ଧା ହ୍ୱାଟ୍ସଆପ ନିଜର ପେମେଣ୍ଟ ବ୍ୟାଙ୍କିଙ୍ଗ୍ ସେବା ହ୍ୱାଟ୍ସଆପ ପେ ଆରମ୍ଭ କରିବ ଏଥିପାଇଁ ହ୍ୱାଟ୍ସଆପ ୩ଟି ଘରୋଇ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏଚଡିଏଫସି ବ୍ୟାଙ୍କସହ ସହବନ୍ଧନ କରିଛି ଏହିୟୁପିଆଇ ଭିତ୍ତିକ ପେମେଣ୍ଟ ସେବା ପାଇଁ ହ୍ୱାଟ୍ସଆପ ଭାରତୀୟ ଷ୍ଟେଟ ବ୍ୟାଙ୍କ ସହିତ ମଧ୍ୟ କଥାବାର୍ତ୍ତା ଚଳାଇଛି ତେବେ ଷ୍ଟେଟ ବ୍ୟାଙ୍କ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ ଦେଶ କୋରନା ମହାମାରୀ ବିରୁଦ୍ଧରେ ଲଢେଇ କରୁଥିବାବେଳେ ସରକାର ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ୱ ଦେଉଛନ୍ତି କ୍ଷେତ୍ରରେ ହ୍ୱାଟ୍ସଆପର ପ୍ରବେଶ ପରେ ଦେଶରେ ଡିଜିଟାଲ ପେମେଣ୍ଟର ଅଧିକ ପ୍ରସାର ହେବ କାରଣ ହ୍ୱାଟ୍ସଆପ ହେଉଛି ଦେଶର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ ଭାରତରେ ଏହାର ପ୍ରାୟ ୪୦ କୋଟି ଉପଭୋକ୍ତା ଅଛନ୍ତି ହ୍ୱାଟ୍ସଆପର ମୂଳକମ୍ପାନି ଫେସବୁକର ପ୍ରମୁଖ ପ୍ରତିଦ୍ୱନ୍ଦୀ ଗୁଗୁଲ ପୂର୍ବରୁ ହିଁ ନିଜର ଗୁଗୁଲ ପେ ଜରିଆରେୟୁପିଆଇ ଭିତ୍ତିକ ଡିଜିଟାଲ ପେମେଣ୍ଟ ସେବା ଯୋଗାଉଛି ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଗୁଗୁଲ ପେ ଭାରତରେ ସବୁଠାରୁ ଅଧିକ ଉପଯୋଗ ହେଉଛି

06/05/2020

Leave a Reply

Your email address will not be published. Required fields are marked *

Comments