Bikash Khabar
୬ ବର୍ଷ ପରେ ହେଲା ନୂଆ କୃଷି ନୀତି ୨୦୧୯ ଚିଠା ପ୍ରସ୍ଥାବ ସମ୍ପର୍କିତ ଆଲୋଚନା

 ଜାତୀୟ ହାର ତୁଳନାରେ ଏବେ ରାଜ୍ୟର କୃଷକ ଙ୍କ ଆୟ ଅଧିକ ବୋଲି କୁହାଯାଇଛି ଦିନ ଥିଲା ଓଡ଼ିଶାର କୃଷକଙ୍କ ସ୍ଥିତି ଆଦୌ ଠିକ ନଥିଲା ଏବେ ଧୀରେ ଧୀରେ ବଦଳିଛି ଦୃଶ୍ୟପଟ୍ଟ ଓଡ଼ିଶା ଏବେ ଖାଦ୍ୟଶସ୍ୟ ଉତ୍ପାଦନରେ ସ୍ବାବଲମ୍ବୀ ହେବା ସହ ବଳକା ରାଜ୍ୟରେ ପରିଗଣିତ ହୋଇଛି ବୋଲି କୃଷି ବିଭାଗ କହିଛି କୃଷି ପାଇଁ ଉନ୍ନତ ଜ୍ଞାନ କୌଶଳ ବିକାଶ ଯୋଗୁଁ ରାଜ୍ୟରେ କୃଷି କ୍ଷେତ୍ରରେ ବିପ୍ଲବ ଆସିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବର୍ଷ ପରେ ପୁଣି ଥରେ ନୂତନ କୃଷି ନୀତି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା କୃଷି ନୀତି-୨୦୧୯ର ଚିଠା ପ୍ରସ୍ତାବ ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚାଷୀଙ୍କ ଆୟକୁ ଦୁଇଗୁଣ କରିବାକୁ ଗୁରୁତ୍ବ ଦିଆଯାଇଛି। ନେଇ ଆସନ୍ତା ଦୁଇ ସପ୍ତାହ ଭିତରେ ସବୁ ସମ୍ପର୍କିତ ବିଭାଗଗୁଡ଼ିକ ନୂତନ କୃଷି ନୀତି ପ୍ରସ୍ତୁତି ପାଇଁ ପ୍ରସ୍ତାବମାନ ପ୍ରଦାନ କରିବେ। ତେବେ ବାହାର ରାଜ୍ୟରୁ ବିହନ ଆଣି ରାଜ୍ୟରେ ଚାଷୀଙ୍କ ଆୟ ବୃଦ୍ଧି କରିବା ପ୍ରସ୍ତାବକୁ ମୁଖ୍ୟ ଶାସନ ସଚିବ ଗ୍ରହଣ କରିନାହାନ୍ତି। ଏହାସହିତ କୃଷି ସହିତ କ୍ଲଷ୍ଟର କରି ଯେପରି ଚାଷୀଙ୍କ ଆୟକୁ ଦୁଇଗୁଣ କରାଯିବ ସେଥିପାଇଁ ଜୋର ଦିଆଯାଇଛି। ରାଜ୍ୟରେ ଏବେ ଚାଷୀଙ୍କ ଆୟ ମାସିକ ହଜାର ୭୩୧ ଟଙ୍କା ବୋଲି ସରକାର ଦର୍ଶାଇଛନ୍ତି। ଯାହାକି ଜାତୀୟ ହାରଠାରୁ ଅଧିକ।ମଙ୍ଗଳବାର କୃଷି ନୀତି ୨୦୧୯ ଚିଠା ପ୍ରସ୍ତାବ ଆଲୋଚନାରୁ ଜଣାପଡ଼ିଛି, ୨୦୧୩ ମସିହାରେ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା କୃଷି ନୀତିରେ ସରକାର ବ୍ୟାପକ ପରିବର୍ତ୍ତନ ନକରି ଚାଷୀଙ୍କ ଆୟ ଯେପରି ଦୁଇଗୁଣ କରିହେବ ସେଥିପାଇଁ ବଜାର ସୃଷ୍ଟି କରିବା ସହ ବହୁମୁଖୀ ଉତ୍ପାଦନ ଉପରେ ଗୁରୁତ୍ବ ଦେଉଛନ୍ତି। ୨୦୧୩ କୃଷି ନୀତିକୁ ଅପରିବର୍ତ୍ତିତ ରଖି ସେଥିରେ ଠୋସ ପଦକ୍ଷେପ ସଦୃଶ ଅଧିକ କଣ ଯୋଡ଼ାଯାଇପାରିବ ସେଥିପାଇଁ ତୃତୀୟ ପକ୍ଷ ଦ୍ବାରା ପ୍ରସ୍ତୁତ ଚିଠା ନୀତି ଉପରେ ତର୍ଜମା କରାଯାଇଛି।  ଚାଷୀଙ୍କ ଆୟକୁ ବୃଦ୍ଧି କରିବା ନେଇ ବିଭିନ୍ନ କ୍ଲଷ୍ଟର ଜରିଆରେ କୁକୁଡ଼ା ଚାଷ, ଦୁଗ୍ଧ ଚାଷ ପାଇଁ ଗୋପାଳନ, ମତ୍ସ୍ୟ ଚାଷ ଉପରେ ଗୁରୁତ୍ବ ଦିଆଯାଇଛି। ଏହାସହିତ ଚାଷୀର ଉତ୍ପାଦକୁ ବିକ୍ରିବଟା କରିବା ପାଇଁ ବଜାର ଉପଲବ୍ଧି ଉପରେ ମଧ୍ୟ କୃଷି ନୀତିରେ ବ୍ୟବସ୍ଥା କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

12/06/2019

Leave a Reply

Your email address will not be published. Required fields are marked *

Comments