Bikash Khabar
ମଦ ଦୋକାନୀଙ୍କୁ ପୁରସ୍କାର ପ୍ରଦାନ ପ୍ରସ୍ତାବ ବିରୋଧରେ ତେଜୁଛି ଅସନ୍ତୋଷ

 ଧାର୍ଯ୍ୟ ଲକ୍ଷ୍ୟ କିମ୍ବା ତାହା ଠାରୁ ଅଧିକ ମଦ ବିକିଥିବା ଦୋକାନୀଙ୍କୁ ସରକାର ପୁରସ୍କାର ଦିଅନ୍ତୁ ବିଧାନସଭାର ଅବକାରୀ ବିଭାଗ ଗୃହ କମିଟିର ଏମିତି ଏକ ପ୍ରସ୍ତାବକୁ ନେଇ ଏବେ  ବିବାଦ ମୁଣ୍ଡ ଟେକିଛି ଏପରି ଏକ ଉଦ୍ଭଟ ପ୍ରସ୍ତାବ କମିଟି କିପରି ଦେଲା, ତାହା ବିଭିନ୍ନ ମହଲକୁ ଆନ୍ଦୋଳିତ କରୁଛି।  ନିଶା ନିବାରଣ ନେଇ ସବୁଆଡ଼େ ଆନ୍ଦୋଳନ ଚାଲିଥିଲା ବେଳେ କମିଟିର ଏପରି ସୁପାରିସ୍ ସରକାରଙ୍କୁ ବି ଅଡ଼ୁଆରେ ପକାଇ ଦେଇଛି। କମିଟିର ପ୍ରସ୍ତାବ ସରକାର ଗ୍ରହଣ କରିବେ କି କରିବେ ତାହତ ଅଲଗା କଥା ହେଲେ ଏଭଳି ଏକ ଉଦ୍ଭଟ ପ୍ରସ୍ତାବକୁ କମିଟି କେଉଁ ସ୍ୱାର୍ଥ ପାଇଁ ଆଗତ କରିଛନ୍ତି ତାହା ଏବେ ଚର୍ଚାର ବିଷୟ

କେଉଁ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ସର୍ବନିମ୍ନ କେତେ ମଦ ଉଠାଇବେ, ସେଥିପାଇଁ ମିନିମମ୍ ଗ୍ୟାରେଣ୍ଟି କୋଟା’ (ଏମ୍ଜିକ୍ୟୁ) ସରକାର ଧାର୍ଯ୍ୟ କରିଥାନ୍ତି। ଯେଉଁ ମଦ ଦୋକାନୀମାନେ ଏମ୍ଜିକ୍ୟୁ ଲକ୍ଷ୍ୟ ପୂରଣ କରୁଛନ୍ତି କିମ୍ବା ଏହାଠାରୁ ଅଧିକ ମଦ ଉଠାଉଛନ୍ତି, ସେମାନଙ୍କ ଲାଗି ପୁରସ୍କାର ବ୍ୟବସ୍ଥା କରିବାକୁ ବିଧାନସଭାର ଅବକାରୀ ଗୃହ କମିଟି ସୁପାରିସ୍ କରିଛି ଏଭଳି ପୁରସ୍କାର ଦେବା ଅର୍ଥ ରାଜ୍ୟରେ ମଦ ବନ୍ୟା ପାଇଁ ପ୍ରକ୍ରିୟା ଆରମ୍ଭ କରିବା ସହିତ ସମାନ କମିଟିରେ ବିଜେଡି,କଂଗ୍ରେସ ବିଜେପି ଆଦି ସବୁ ଦଳର ବିଧାୟକ ଥାଇ ବି କେହି ଏହାକୁ ବିରୋଧ କରିବା ଆଶ୍ଚର୍ଯ୍ୟର ବିଷୟ। କମିଟିର ସଦସ୍ୟ ଥିବା ଜଟଣୀର  କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କିନ୍ତୁ ଏପରି କୌଣସି ସୁପାରିସ୍ ସମ୍ପର୍କରେ ଜାଣି ନାହାନ୍ତି ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ଅଧିକ ମଦ ବିକୁଥିବାଦୋକାନୀକୁ ପୁରସ୍କାର ଦେବା ଚିନ୍ତା କରିବା ଲଜ୍ଜାଜନକ। ଚାଷୀ, ଛାତ୍ରଛାତ୍ରୀ, ଶିଳ୍ପପତିଙ୍କୁ ପୁରସ୍କାର ଦିଆଯାଉ। ଏମିତି ଉଦ୍ଭଟ ଚିନ୍ତା ସରକାର କରନ୍ତୁ ଓଡ଼ିଶା ମଦମୁକ୍ତି ଅଭିଯାନ ଏପରି ପ୍ରସ୍ତାବକୁ ତୀବ୍ର ବିରୋଧ କରିଛି। ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରିବାକୁ ଅନୁଷ୍ଠାନର ନେତା ପ୍ରହ୍ଲାଦ ସିଂହ ଗଣମାଧ୍ୟମକୁ କହିଛନ୍ତି।ବିଜେପି ବରିଷ୍ଠ ନେତା ଦାମୋଦର ରାଉତ କହିଛନ୍ତି ବୋଧହୁଏ କାଳିଆ ଯୋଜନା ପାଇଁ ନିଅଣ୍ଟ ପଡୁଥିବା ଅର୍ଥର ଭରଣା ପାଇଁ ସରକାର ଅଧିକ ମଦ ବିକ୍ରିକରି ସେ ବାଟରୁ ଭରଣା କରିବାର ଚିନ୍ତା କରୁଥାଇ ପାରନ୍ତି

14/07/2019

Leave a Reply

Your email address will not be published. Required fields are marked *

Comments