Bikash Khabar
କାର କୁ କଲେ କ୍ଲିନିକ,ବର୍ତ୍ତମାନ ସୁଧା ୩୬ ହଜାର ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ଦେଇଥିବା ଡାକ୍ତର

ଆମ ସମ୍ଭିଧାନରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ଜୀବନର ଅଧିକାର,ଶିକ୍ଷାର ଅଧିକାର,ସମାନତା ଅଧିକାର,ସୂଚନାର ଅଧିକାର ଭଳି ଅଧିକାର ପ୍ରଦାନ କରାଯାଇଛି। କିନ୍ତୁ ସ୍ୱାସ୍ଥ୍ୟର ଅଧିକାର ଦିଆଯାଇନାହିଁ  ମୋର ଲକ୍ଷ ହେଉଛି ଜରୁରୀ ସ୍ୱାସ୍ଥ୍ୟ ସେବା ଲୋଡୁଥିବା ଗରିବ ଜନଗଣ ଙ୍କ ନିକଟରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା। ଏପରି କହିଛନ୍ତି ଗ୍ରାମୀଣ କର୍ଣ୍ଣାଟକ ରେ ଅତି ଗରିବ ଲୋକଙ୍କୁ  ଚିକିତ୍ସା ସେବା ଯୋଗାଇଦେଉଥିବା ଜଣେ ମାନବବାଦୀ ଡାକ୍ତର ସୁନୀଲ କୁମାର ହେବି

ଉତ୍ତର କର୍ଣ୍ଣାଟକ ବିଜେପୁର ରେ ଏକ ନାମମାତ୍ର ଚାଷୀ ପରିବାର ରେ ଜନ୍ମିତ ସୁନୀଲ କୁମାର ପିଲାଟି ଦିନରୁ ନିଜ ଗାଁ   ଦାରିଦ୍ର୍ୟ ସ୍ବାସ୍ଥ୍ୟସେବା ପାଇଁ ସଂଘର୍ଷ କରୁଥିବା ରୋଗୀମାନଙ୍କ ଜୀବନକାହାଣୀ ସହ ପରିଚିତ ଥିଲେ ଯେତେବେଳେ ସେ ଡାକ୍ତର ହେଲେ ଏବଂ ବାଙ୍ଗାଲୁର ଏକ ଘରୋଇ ଡାକ୍ତରଖାନାରେ ନିଯୁକ୍ତି ପାଇଲେ ତାଙ୍କ ପରିବାର ଗ୍ରାମବାସୀ ବହୁତ ଖୁସି ହୋଇଥିଲେ ଆଖପାଖ ୨୦ ଖଣ୍ଡ ଗାଁରେ ସେଥିଲେ ପ୍ରଥମ ଡାକ୍ତର ସେ ନିଜ ପଦବୀର ସମ୍ମାନ ପାଇଁ ଦିନରାତି ପରିଶ୍ରମ କରି ଯଶ ପ୍ରତିଷ୍ଠା ଅର୍ଜନ କରିବା ସହିତ ବସ୍ତି ଅଞ୍ଚଳରେ ମୋବାଇଲ ହେଲଥ ଶିବିର ପରିଚାଳନା କରି ୩୬ ହଜାର ରୁ ଅଧିକ ରୋଗୀ ଙ୍କୁ ସ୍ୱାସ୍ଥ୍ୟସୁବିଧା ଦେଇପାରିଛନ୍ତି ପରେ ସେ ମାତୃଶ୍ରୀ ଫାଉଣ୍ଡେଶନ ଆରମ୍ଭ ମଧ୍ୟ କଲେ  ସ୍କୁଲ କଲେଜ, ବସ୍ତି ଅଞ୍ଚଳରେ ସ୍ୱାସ୍ଥ୍ୟ ଅଧିକାର ଅଭିଯାନ ଚଲାଇ ସେ ଗରିବ ମାନଙ୍କ ହୃଦୟ ଜୟ କରିଛନ୍ତି 

20/05/2019

Leave a Reply

Your email address will not be published. Required fields are marked *

Comments