Bikash Khabar
ଫନି ବାତ୍ୟା କୁ ନେଇ ଓଡିଶା ପୋଲିସର ଡକୁମେଣ୍ଟାରୀ ପ୍ରଦର୍ଶନ

ଫନିବାତ୍ୟାର କରୁଣ ପରିସ୍ଥିତି କିଭଳି ଥିଲା।ଏହାକୁ ମୁକାବିଲା କରିବା ଦିଗରେ ପୋଲିସ ପ୍ରଶାସନ କିଭଳି ପ୍ରୟାସ କରିଥିଲେ କିଭଳି ଭାବେ ବାତ୍ୟାର ଆଁ ଭିତରୁ ଜନଗଣଙ୍କୁ ସୁରକ୍ଷା ଦିଆଗଲା ଆଦି ବିଭିନ୍ନ ଦୃଶ୍ୟକୁ ବାନ୍ଧି ଓଡିଶା ପୋଲିସ ପକ୍ଷରୁ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରଦର୍ଶିତ କରାଯାଇଛି ମଙ୍ଗଳବାର ରାଜ୍ୟ ସଚିବାଳୟରେ ଏହି ଫିଲ୍ମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି ଏହି ଐତିହାସିକ ମୁହୁର୍ତ୍ତରେ ଡିଜିପିଙ୍କ ସମେତ  ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ ଡକୁମେଣ୍ଟାରୀ ଟି ଦୁଇଟି ଭାଗ ରେ  ପ୍ରସ୍ତୁତ ହୋଇଛି ଗୋଟିଏ ଭାଗ ଅବଧି ତିନି ମିନିଟ୍ ରହିଥିବା ବେଳେ ଅନ୍ୟ ଟି ଅବଧି ୧୫ ମିନିଟ  ରହିଛି ଏହି ଫିଲ୍ମ କୁ ପୋଲିସ ବିଭାଗର ସମସ୍ତ ଅଫିସିଆଲ ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରାଯିବ ୟୁ-ଟ୍ୟୁବ୍ ,ଟ୍ବିଟର ,ଫେସବୁକ ରେ ମଧ୍ୟ ଏହା ଉପଲବ୍ଧ ହେବ ଏହା ସହ ବିଭିନ୍ନ ସେଣ୍ଟ୍ରାଲ ଏଜେନ୍ସି ଗୁଡିକ ନିକଟ କୁ ମଧ୍ୟ ପଠାଯିବ ଓଡିଶା ପୋଲିସର କାର୍ଯ୍ୟ ଦକ୍ଷତା, କର୍ମକୁଶଳତା, ବିପତ୍ତି  ସମୟର ତତ୍ପରତା ଏବଂ ତୁରନ୍ତ ସହଯୋଗ କୁ  ଏଥିରେ ଦର୍ଶାଯାଇଛି ଏହା ଅନ୍ୟ ରାଜ୍ୟ ଗୁଡିକ ପାଇଁ ପ୍ରେରଣାଦାୟୀ ହୋଇପାରିବ ବୋଲି କୁହାଯାଇଛି

09/07/2019

Leave a Reply

Your email address will not be published. Required fields are marked *

Comments