Bikash Khabar
ଘରକୁ ଘର ବୁଲି ସଂଗ୍ରହ ହେବ ଅଳିଆ,ତିଆରି ହେବ ଖତ

କଟକ ସହରରେ ପରିମଳ ବ୍ୟବସ୍ଥା ସୁଧୁରିବ ଏଥିପାଇଁ ଖୁବ ଶୀଘ୍ର ଘରକୁ ଘର ବୁଲି ଅଳିଆ ସଂଗ୍ରହ ହେବ ତାମିଲନାଡୁ ରେ ହେଉଥିବା ସଫେଇ ଢାଞ୍ଚାରେ କଟକରେ ସଫେଇ କରାଯିବ ବୋଲି କଟକ ମହାନଗର ନିଗମ ପକ୍ଷରୁ କୁହାଯାଇଛି  ଚେନ୍ନାଇରେ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରାଯାଇ ପ୍ରତ୍ୟେକ ୱାର୍ଡ ସ୍ତରରେ ଖତ ଉତ୍ପାଦନ କେନ୍ଦ୍ର ତିଆରି ହୋଇଛି  ଏହା ଦ୍ୱାରା ପରିବହନ ଖର୍ଚ୍ଚ କମୁଛି ସଂକୀର୍ଣ୍ଣ ତଥା ଅଣଓସାରିଆ ଗଳିକନ୍ଦିରୁବର୍ଜ୍ୟ ସଂଗ୍ରହ ହୋଇପାରୁଛି ଏବେ ଏଭଳି ନମୁନା କଟକ ରେ ହେବ କଟକର ପ୍ରତି ୱାର୍ଡ ରେ ଖତ ପ୍ରସ୍ତୁତ ହେବ  ଖତ ଉତ୍ପାଦନ କେନ୍ଦ୍ର (ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର)କୁ ଆସୁଥିବା ଅଳିଆକୁ ବର୍ଗୀକରଣ କରାଯିବ କଠିନ ବର୍ଜ୍ୟ କୁ ବାଛି କବାଦିବାଲା କୁ ବିକ୍ରୀକରାଯିବ ତରଳ ଅର୍ଧ ତରଳ ବର୍ଜ୍ୟ ରେ ଗୁଡ଼ ଦହି ମିଶାଇ ଦେଶୀ ଖତ ପ୍ରସ୍ତୁତ କରାଯିବ ଅଳିଆ ସଂଗ୍ରହ ପାଇଁ ପ୍ରତ୍ୟେକ ଘରକୁ ଦୁଇଟି ଲେଖାଏଁ ଡଷ୍ଟବିନ ପ୍ରଦାନ କରାଯିବ।ଗୋଟିଏ ଡଷ୍ଟବିନ ରେ ତରଳ ଅନ୍ୟଟିରେ କଠିନ ବର୍ଜ୍ୟ ସଂଗ୍ରହର ବ୍ୟବସ୍ଥା ରହିବ ଘରକୁ ଘର ବୁଲି ଅଳିଆ ସଂଗ୍ରହ ପାଇଁ ସିଏମସି ୧୯ ଟି ମିୟୁଜିକାଲ ଗାଡି କିଣିଛି  ଏହି ବ୍ୟବସ୍ଥା ଦ୍ୱାରା କଟକ ମହାନଗର ଅଞ୍ଚଳର ବାସିନ୍ଦା ମାନେ ସ୍ୱଛତାର ପରିବେଶ ପାଇବା ସହିତ ସିଏମସି ଅଳିଆରୁ ରୋଜଗାର ପାଇପାରିବ 

08/07/2019

Leave a Reply

Your email address will not be published. Required fields are marked *

Comments