Bikash Khabar
ଗାଁଦାଣ୍ଡ ପାଲଟିଛି ପାନୀୟ ଜଳର କୃତ୍ରିମ ଝର

ଲୋକଙ୍କୁ ପିଇବା ପାଇଁ ମୁନ୍ଦାଏ ସ୍ୱଚ୍ଛ ଜଳ ମିଳୁନି, ହେଲେ ଗାଁଦାଣ୍ଡରେ ବହିଲିଛି ଜଳର ସୁଅ ଦିନେ ନୁହେଁ କି ଦୁଇଦିନ ନୁହେଁ, ମାସ ମାସ ଧରି ଗାଁ ମଝିରେ ଜଳ ଭାସୁଛି ଦିନ ଆଉ ରାତି ୨୪ ଘଣ୍ଟା ବନ୍ଦ ହେଉନଥିବା ଏହି ଜଳ ଲୋକଙ୍କ ପାଇଁ କାଳ ହୋଇଥିଲେ ହେଁ ବିଭାଗୀୟ ଅଧିକାରୀମାନେ ଏହାକୁ କର୍ଣ୍ଣପାତ କରୁନାହାଁନ୍ତି ଏଭଳି ଘଟଣା ଦେଖିବାକୁ ମିଳିଛି ସ୍ମାର୍ଟ ନଗରୀ ଭୁବନେଶ୍ୱର ଠାରୁ ଅଳ୍ପ ଦୂରରେ ଅବସ୍ଥିତ ଜଟଣୀ ପୌର ପରିଷଦ ଅନ୍ତର୍ଗତ ଷଣ୍ଢପୁର ଗ୍ରାମରେ

ଷଣ୍ଢପୁର ଗାଁ ଦାଣ୍ଡ ଦେଇ ଯାଇଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ମୁଖ୍ୟ ପାଇପ୍ଟି କିଛିମାସ ତଳେ ଫାଟିଯିବା ଦ୍ୱାରା ଗାଁ ଜଳାର୍ଣ୍ଣବ ହୋଇଥିଲା ଗ୍ରାମବାସୀ ତୁରନ୍ତ ବିଭାଗୀୟ ଅଧିକାରୀମାନଙ୍କ ନଜରକୁ ଆଣିଥିଲେ ପିଇବା ପାଣି ଅକାରଣରେ ନଷ୍ଟ ହେଉଥିବାରୁ ବିଭାଗୀୟ ଅଧିକାରୀମାନେ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବେ ବୋଲି ଗ୍ରାମବାସୀ ଆଶାପୋଷଣ କରିଥିଲେ କିନ୍ତୁ ଏପରି କିଛି ହୋଇନଥିଲା କୌଣସି କର୍ମରୀ ଫଟା ପାଇପ୍ର ସ୍ଥିତି ଦେଖିବାକୁ ପହଞ୍ô ନଥିଲେ ସେବେଠାରୁ ଗାଁ ଦାଣ୍ଡରେ ପାଣିର ଫୁଆରା ଦେଖିବାକୁ ମିଳିଛି ଗାଁ ଦାଣ୍ଡରେ ନିରବଚ୍ଛିନ୍ନ ପ୍ରଭାବିତ ହେଉଛି ଜଳସ୍ରୋତ ପ୍ରବାହମାନ ଜଳସ୍ରୋତ ଦ୍ୱାରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଗ୍ରାମ୍ୟରାସ୍ତା ଖାଲ ଢିପ ପଥରମାନ ବାହାରିଯିବା ସହିତ ଶିଉଳି ଲାଗିଗଲାଣି କେତେଜଣ ଗ୍ରାମାବାସୀ ଗାଁ ଦାଣ୍ଡରେ ପଡ଼ି ଖଣ୍ଡିଆ ଖାବରା ହେଲେଣି ମୁଖ୍ୟତଃ ଷଣ୍ଢପୁର ସମେତ ଆଖପାଖ ଅଞ୍ଚଳରେ ଉକ୍ରଟ ଜଳ ସଙ୍କଟର ସ୍ଥିତି ଥିବାବେଳେ ପିଇବା ପାଣିକୁ ଅକାରଣରେ ଏଭଳି ବହିଯିବାକୁ ଦେଉଥିବା ଅଧିକାରୀଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆ ନଯିବ ପ୍ରଶ୍ନ ଉଠିଛି ତୁରନ୍ତ ଫଟା ପାଇପ୍କୁ ବଦଳାଇବା ପିଇବା ପାଣିର ସୁରକ୍ଷା ଦେବାକୁ ଜାତୀୟ ଯୁବ ପୁରସ୍କାରପ୍ରାପ୍ତ ସାମାଜିକ କର୍ମୀ ସୁଶାନ୍ତ ସାହୁ କର୍ତ୍ତୃପକ୍ଷଙ୍କୁ ଏକ ପ୍ରେସ୍ ଇସ୍ତାହାରରେ ଦୃଷ୍ଟି ଆକର୍ଷଣ କରିଛନ୍ତି

11/06/2019

Leave a Reply

Your email address will not be published. Required fields are marked *

Comments