Bikash Khabar
ଏଣିକି ମୋବାଇଲ ନମ୍ବର ସହ ଲିଙ୍କ ହୋଇଯିବ ଡ୍ରାଇଭିଙ୍ଗ ଲାଇସେନ୍ସ

 ଏବେ ଗାଡିର କାଗଜପତ୍ର ଡ୍ରାଇଭିଙ୍ଗ ଲାଇସେନ୍ସ ସହ ମୋବାଇଲ ନମ୍ବରକୁ ଲିଙ୍କ କରାଯିବା ନେଇ ଆଦେଶ ଜାରି ହେବାକୁ ଯାଉଛି।ଏହି ନୂଆ ନିୟମ ଏପ୍ରିଲ ୨୦୨୦ରୁ ଲାଗୁ ହେବାକୁ ଥିବାବେଳେ ପ୍ରଦୂଷଣ ସାର୍ଟିଫିକେଟକୁ ମଧ୍ୟ ମୋବାଇଲ ନମ୍ବର ସହ ଲିଙ୍କ କରିବାକୁ ପଡିବ।କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ଅଧିସୂଚନା ଜାରି କରି ଏହି ନିୟମକୁ ନେଇ ଲୋକଙ୍କ ରାୟ ମାଗିଛି।ଏହା ବାବଦରେ ଲୋକମାନେ ୩୦ ଦିନ ମଧ୍ୟରେ ଅର୍ଥାତ ଡିସେମ୍ବର ୨୯ ତାରିଖ ମଧ୍ୟରେ ନିଜ ମତ ରଖିପାରିବେ କୁହାଯାଉଛି ଗାଡିର କାଗଜପତ୍ର ସହ ମୋବାଇଲ ନମ୍ବରର ଲିଙ୍କ ହେବା ଫଳରେ ଗାଡି ଚୋରି ହୋଇଗଲେ ସହଜରେ ସୂଚନା ମିଳିପାରିବ ଗାଡିର କାଗଜପତ୍ର ଡ୍ରାଇଭିଙ୍ଗ ଲାଇସେନ୍ସ ସହ ମୋବାଇଲ ନମ୍ୱର ଲିଙ୍କ ହେବା ଫଳରେ ଗାଡି ଚୋରି ପରେ ଏହାର ବିକ୍ରି କରାଯିବା ଉପରେ ଅଙ୍କୁଶ ଲଗାଯାଇପାରିବ ଏହା ଛଡା ମୋବାଇଲ ନମ୍ବର ଲିଙ୍କ ହେବା ଦ୍ୱରା ଜିପିଏସ ମାଧ୍ୟମରେ ଗାଡି ସହ କୌଣସି ବ୍ୟକ୍ତିର ଅବସ୍ଥିତି ମଧ୍ୟ ଜାଣିହେବ। ଏହା ସହ କେନ୍ଦ୍ର ସରକାର ଅନ୍ୟ ସରକାରୀ ସଂସ୍ଥା ପାଖରେ ଗାଡିର ସମସ୍ତ ସୂଚନା ଡ୍ରାଇଭିଙ୍ଗ ଲାଇସେନ୍ସର ସମ୍ପୂର୍ଣ୍ଣ ତଥ୍ୟ ମୋବାଇଲ ନମ୍ବର ସହ ରହିପାରିବ।ଯାହାଫଳରେ ଆବଶ୍ୟକ ପଡିଲେ ପୁଲିସ, ଆରଟିଓ ଅନ୍ୟ କୌଣସି ଏଜେନ୍ସି ସହଜରେ ଗାଡି ଚାଳକ ବା ମାଲିକଙ୍କ ସହ ସମ୍ପର୍କ କରିପାରିବେ।

07/12/2019

Leave a Reply

Your email address will not be published. Required fields are marked *

Comments