Bikash Khabar
ପାଣି ମିଳୁନି ,ଘରେ ରହି କାମ କରିବାକୁ କହିଲା ଆଇଟି କମ୍ପାନୀ

ଚେନ୍ନାଇ ପୁରୁଣା ମହାବଳିପୁରମ ଅଞ୍ଚଳରେ ଥିବା ଆଇଟି କମ୍ପାନୀ ଗୁଡିକ ନିଜ କର୍ମଚାରୀ ମାନଙ୍କୁ ଘରେ ବସି କାମ କରିବା ପାଇଁ ପରାମର୍ଶ ଦେଇଛି ସୁଚାରୁ ରୂପେ କାମ କରିବା ପାଇଁ ଅଫିସରେ ପାଣି ଉପଲବ୍ଧ ହୋଇନପାରିବ କାରଣ ଯୋଗୁଁ ଏପରି କହିଥିବା ଜଣାଯାଇଛି କର୍ମଚାରୀ ମାନଙ୍କୁ କୁହାଯାଇଛି ଯେ ସେମାନଙ୍କୁ ସୁବିଧା ହେଲା ଭଳି ଜାଗାରେ ସେମାନେ କାମ କରିପାରିବେ ଆଗାମୀ ୧୦୦ ଦିନ ପର୍ଯ୍ୟନ୍ତ ଆଇଟି କମ୍ପାନୀ ଗୁଡିକୁ ଏପରି ପାଣି ପାଇଁ ସଂଘର୍ଷ କରିବାକୁ ପଡିପାରେ ବୋଲି କୁହାଯାଉଛି  ସହରରେ ବିଗତ ୨୦୦ ଦିନ ଧରି ବର୍ଷା ହୋଇନାହିଁ ଆବଶ୍ୟକତ ପୁରା କରିବା ପାଇଁ ଆଗାମୀ ମାସ ପର୍ଯ୍ୟନ୍ତ ଚେନ୍ନାଇ ରେ ସେହି ଧରଣର ବର୍ଷା ହେବାର ସମ୍ଭାବନା ନାହିଁ   ସୂତ୍ର ରୁ ଜଣାଯାଇଛି ଯେ ୧୨ ଟି ଆଇଟି କମ୍ପାନୀର ହଜାର କର୍ମଚାରୀଙ୍କୁ ଘରେ ରହି କାମ କରିବା ପାଇଁ ପରାମର୍ଶ ଦିଆଯାଇଛି ଘରୋଇ ପାଣି ଟ୍ୟାଙ୍କର ଗୁଡିକ ଆନ୍ଦୋଳନ କରିଥିବା କାରଣରୁ ଅନୁରୂପ ଘଟଣା ବର୍ଷ ତଳେ ଘଟିଥିବା ମିଡ଼ିଆ ରିପୋର୍ଟ ରୁ ଜଣା ପଡିଛି ବର୍ଷ ତଳେ ଆଇଟି କମ୍ପାନୀମାନେ ଘରେ ରହି କାମ କରିବା ପାଇଁ କହିଥିଲେ ଓଏମଆର ରେ ୬୦୦ ଆଇଟି ଏବଂ ଆଇଟିଏଏସଫାର୍ମ ସଂଚାଳିତ ହୋଇଥାଏ ଏଠାକାର କମ୍ପାନୀ ଗୁଡିକ କାମ ପାଣି ବ୍ୟବହାରକୁ ନେଇ ଅନେକ ଉପାୟ କରିଥାନ୍ତି କେତେକ କମ୍ପାନୀ ନିଜ କର୍ମଚାରୀଙ୍କୁ ପିଇବା ପାଣି ସ୍ୱୟଂ ଘରୁ ଆଣି ଆସିବା ପାଇଁ କହିଥାଏ ପ୍ରବଳ ଗରମ କାରଣରୁ ଓଏମଆର ଅଞ୍ଚଳରେ ଦୈନିକ ୩କୋଟି ଲିଟର ପାଣିର ଆବଶ୍ୟକତା ହୋଇଥାଏ ଏବଂ ଏଥରୁ ଅଧିକ ପରିମାଣର ପାଣି ବାହାରୁ ମଗାଯାଇଥାଏ ଏଥରୁ ୬୦ ପ୍ରତିଶତ ଅଂଶ ଆଇଟି କମ୍ପାନୀ ଗୁଡିକର ଥାଏ

13/06/2019

Leave a Reply

Your email address will not be published. Required fields are marked *

Comments