Bikash Khabar
ଆମେରିକାକୁ ପଛରେ ପକାଇ ଭାରତ ପାଲଟିବ ବିଶ୍ୱର ସବୁଠୁ ବଡ ଇ କମର୍ସ ବଜାର

ଭାରତରେ ୧୮ ରୁ ୪୦ ବର୍ଷ ବୟସର ଯୁବପିଢ଼ି ଙ୍କ ସଂଖ୍ୟା କିଛି କମ ନୁହଁ ଏହି ବୟସର ଯୁବପିଢିଙ୍କ ମଧ୍ୟରୁ ୫୦ ପ୍ରତିଶତ ରୁ ଅଧିକ ଏବେ ଅନଲାଇନ ସପିଙ୍ଗ ରେ ମାତିଛନ୍ତି ଶସ୍ତା ଇଣ୍ଟରନେଟ ପ୍ରଯୁକ୍ତିର ଉପଲବ୍ଧତା ସାଙ୍ଗକୁ ଅନୁକୂଳ ସରକାରୀ ନୀତି କମ୍ପାନୀ ଗୁଡିକର ନିବେଶ ଭାରତୀୟ କମର୍ସ ବଜାରକୁ ବ୍ୟାପ୍ତ କରାଇବାରେ ସହାୟକ ହୋଇଛି ଏଭଳି ସ୍ଥିତିରେ ଆଗାମୀ ୨୦୩୪ ବର୍ଷ ବେଳକୁ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱରେ ସର୍ବ ବୃହତ କମର୍ସ ବଜାର ଭାବେ ଉଭା ହେବ ବୋଲି ପୂର୍ବାନୁମାନ କରାଯାଇଛି ବିଶ୍ୱର ସବୁଠୁ ବଡ ପ୍ୟାକେଜିଙ୍ଗ ଡେଲିଭେରି ଆଣ୍ଡ ସପ୍ଲାଏ ଚେନ ମ୍ୟନେଜ୍ମେଣ୍ଟ କମ୍ପାନୀ ୟୁନାଇଟେଡ଼ ପାର୍ସ ସର୍ଭିସ କହିଛି ଯେ ଭାରତ ରେ ଯେଉଁ ହାର ରେ କମର୍ସ ବଜାର ପ୍ରସାରିତ ହେଉଛି ତାହା ଯଦି ଅପରିବର୍ତ୍ତିତ ରୁହେ ତେବେ ଆଗାମୀ ୧୪ -୧୫ ବର୍ଷ ମଧ୍ୟରେ ଭାରତ କ୍ଷେତ୍ର ରେ ଆମେରିକାକୁ ଟପିଯିବ ଆଗକୁ ବ୍ୟାପକ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏହା ଦ୍ୱାରା କାରିଗର,ଶିଳ୍ପୀ,ଉତ୍ପାଦକ,ପ୍ୟାକେଜିଙ୍ଗ ଶିଳ୍ପ,ପରିବହନ,ଦୂର ସଂଚାର କ୍ଷେତ୍ର ରେ ନିୟୋଜନ ବଢିବ।

09/08/2019

Leave a Reply

Your email address will not be published. Required fields are marked *

Comments