Bikash Khabar
ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ବିଶେଷ ସୁବିଧା କରି ଚର୍ଚାରେ ନିର୍ବାଚନ ଆୟୋଗ

 

ଦିବ୍ୟାଙ୍ଗ ମତଦାତାଙ୍କ ସୁବିଧାରେ ମତଦାନ ପାଇଁ ଥାଣେ ନିର୍ବାଚନ ଆୟୋଗ ଙ୍କ  ପକ୍ଷରୁ ନିଆଯାଇଥିବା ପଦକ୍ଷେପ କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଦିବ୍ୟାଙ୍ଗ ମତଦାତାଙ୍କ ସମସ୍ୟାର ସମାଧାନ କରିବାକୁ ଯାଇ ୭୪୦ଟି ଅଟୋ ଏବଂ ୨୦ଟି ବସ୍ ବ୍ୟବସ୍ଥା କରିଛନ୍ତି ନିର୍ବାଚନ ଆୟୋଗ ପ୍ରତି ବସ୍ରେ ମତଦାତାଙ୍କ ସହାୟତା ପାଇଁ ଜଣଙ୍କୁ ରଖାଯିବ ବୋଲି କୁହାଯାଇଛି  ଶନିବାର ଏପରି  ଘୋଷଣା  ଦିବ୍ୟାଙ୍ଗ ମତଦାତାଙ୍କ ମଧ୍ୟରେ ଖୁସିର ଲହରି ଖେଳାଇ ଦେଇଛି  ଯଦି ଦରକାର ହୁଏ, ତେବେ ଆହୁରି ଅନେକ ଗାଡ଼ିକୁ ନିୟୋଜିତ କରାଯିବ ବୋଲି କହିଛନ୍ତି ଥାଣେ ଜିଲ୍ଲା ନିର୍ବାଚନ ଆୟୋଗ ଥାଣେ ଜିଲ୍ଲା ନିର୍ବାଚନ ଆୟୋଗ ଏବଂ ଥାଣେ ନଗର ପରିବହନର ମିଳିତ ସହଯୋଗରେ ଏହି ସୁବିଧା ଦିବ୍ୟାଙ୍ଗକୁ ଯୋଗାଇ ଦିଆଯିବ ବୋଲି ଜଣା ପଡ଼ିଛି ସାରା ଦେଶରେ ଏବେ ଚାଲିଥିବା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏପରି ବ୍ୟବସ୍ଥା କୁ ନେଇ ଖୁସି ପ୍ରକଟ କରିଛନ୍ତି ଭୋଟର କେଉଁଠି ମହିଳା ମାନଙ୍କ ପାଇଁ ପିଙ୍କ ମତଦାନ କେନ୍ଦ୍ର ପରିଚାଳନା କରାଯାଇଛି କେଉଁଠି ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ ବ୍ୟବସ୍ଥା କରାଯାଇଛି ଅନେକ ଜାଗାରେ ପ୍ରବଳ ଖରା କୁ ଦୃଷ୍ଟିରେ ରଖି ଗ୍ଲୁକୋଜ ,ଥଣ୍ଡାପାଣି ଯୋଗାଣ ଵ୍ୟଵସ୍ଥା କରାଯାଇଛି ତେବେ ଦେଶର ଅନେକ ଦୁର୍ଗମ ମତଦାନ କେନ୍ଦ୍ର ଦୁର୍ଦଶାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି

22/04/2019

Leave a Reply

Your email address will not be published. Required fields are marked *

Comments