Bikash Khabar
ଆରମ୍ଭ ହେଲା ସପ୍ତମ ଅର୍ଥନୈତିକ ଗଣନା,ବିକଶିତ ହୋଇଛି ସ୍ୱତନ୍ତ୍ର ମୋବାଇଲି ଆପ

ରାଜ୍ୟରେ ସପ୍ତମ ଅର୍ଥନୈତିକ ଗଣନା ଆଜିଠାରୁ ଆରମ୍ଭ ହୋଇଛି। ସୋମବାର ଲୋକସେବା ଭବନରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଏହାର ଶୁଭାରମ୍ଭ କରିଛନ୍ତି। ଅର୍ଥନୈତିକ ଗଣନା ପାଇଁ ସ୍ବତନ୍ତ୍ର ଭାବେ ବିକଶିତ ମୋବାଇଲ ଆପ୍ ମଧ୍ୟ ଲୋକାର୍ପଣ କରାଯାଇଛି। ଏହି ଗଣନା ଆସନ୍ତା ମାସ ପର୍ଯ୍ୟନ୍ତ ଚାଲିବ। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ରାଜ୍ୟ ଅର୍ଥନୀତି ପରିସଂଖ୍ୟାନ ନିର୍ଦ୍ଦେଶାଳୟର ତତ୍ତ୍ବାବଧାନରେ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ୩୧ ହଜାର ଗଣନାକାରୀ ହଜାର ୬୦୦ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ଏଥିପାଇଁ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସମନ୍ବୟ କମିଟି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମନ୍ବୟ କମିଟିମାନ ଗଠନ କରାଯାଇଛି। ଅର୍ଥନୈତିକ ଗଣନା ପ୍ରକ୍ରିୟାରେ ନିଯୁକ୍ତି ତଥା ଆୟ ସୃଷ୍ଟି ମାଧ୍ୟମରେ ଭାରତୀୟ ଅର୍ଥନୀତିକୁ ବିଶେଷ ଭାବରେ ସାହାଯ୍ୟ କରୁଥିବା ସମସ୍ତ ପ୍ରତିଷ୍ଠାନଗୁଡ଼ିକୁ ଅଗ୍ରାଧିକାର ଦିଆଯିବ। ଏପରିକି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଅନୁଷ୍ଠାନଗୁଡ଼ିକର ସମ୍ପୂର୍ଣ୍ଣ ଗଣନାକୁ ଅଗ୍ରାଧିକାର ପ୍ରଦାନ କରାଯିବ। ଏହାଦ୍ବାରା ଭୌଗଳିକ ଅବସ୍ଥିତି ତଥା ସ୍ଥାନପୁଞ୍ଜର ଆର୍ଥିକ କାର୍ଯ୍ୟକଳାପ, ମାଲିକାନା ଅଧିକାର ଏବଂ ନିୟୋଜିତ ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ମୂଲ୍ୟବାନ ତଥ୍ୟ ମିଳିପାରିବ। ରାଜ୍ୟ ଜିଲ୍ଲାସ୍ତରରେ ସାମାଜିକ-ଅର୍ଥନୈତିକ ଉନ୍ନୟନମୂଳକ ଯୋଜନା ପ୍ରଣୟନ ସମୟରେ ଏହି ଅର୍ଥନୈତିକ ଗଣନାର ସଂଗୃହୀତ ବିବରଣୀ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ।

27/08/2019

Leave a Reply

Your email address will not be published. Required fields are marked *

Comments