Bikash Khabar
ଜୁନ ୩୦ସୁଦ୍ଧା ପୁରୀ ଜିଲ୍ଲାର ସବୁ ଗାଁକୁ ବିଜୁଳି

ପୁରୀ ଜିଲ୍ଲାର ଅଧିକାଂଶ ଗାଁକୁ ଉଜାଡି ଦେଇଛି ସାମୁଦ୍ରିକ ବାତ୍ୟା ଫୋନି ବିଦ୍ୟୁତ ଭିତ୍ତିଭୂମି ସାଙ୍ଗକୁ ଧ୍ୱସ୍ତ ହୋଇଯାଇଛି ଚାଳଛପର ଘର ଧରାଶାୟୀ ହୋଇଯାଇଛି ବିଶାଳକାୟ ଗଛ। ନଡ଼ିଆ ଚାଷୀ ମାନଙ୍କ ଜୀବିକା ଉଜୁଡି ଯାଇଛି ବାତ୍ୟା ମେ  ରେ ହୋଇଥିଲା ବାତ୍ୟା ଯିବାର ୪୩ ଦିନ ପରେ ଜୀବନ ଯାତ୍ରା ସ୍ଥିତି ଧୀରେ ଧୀରେ ବଦଳୁଥିବା ବେଳେ ପୁରୀ ଜିଲ୍ଲାର ଅନେକ ଗାଁ ଏବେବି ଅନ୍ଧାର ରେ ଅଛି ଏଭଳି ସ୍ଥିତିରେ ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଜିଲ୍ଲାର ସବୁଠୁ ବଡ଼ପର୍ବ ରେ ଗାଁ ମାନଙ୍କରେ ବିଜୁଳି ଦେବାକୁ ବିଭାଗୀୟ କର୍ମଚାରୀମାନେ ପ୍ରୟାସ ଆରମ୍ଭ କରିଛନ୍ତି ପୁରୀ ଜିଲାର ସବୁ ଅଞ୍ଚଳରେ ବିଜୁଳି ପହଞ୍ଚାଯିବ ଦିଗରେ ଜୋରଦାର ପ୍ରୟାସ ହେଉଥିବା ଜଣାଯାଇଛି ସ୍ନାନଯାତ୍ରାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀ ସହର ନିକଟବର୍ତ୍ତୀ ଅଞ୍ଚଳ ତଥା ଯାତ୍ରୀ ଆଶ୍ରୟସ୍ଥଳକୁ ନିରବଚ୍ଛିନ୍ନ ବିଦ୍ୟୁତ୍ଯୋଗାଇ ଦିଆଯିବ ବୋଲି ସେସୁ ପୁରୀ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଶିବପ୍ରସାଦ ସ୍ବାଇଁ କହିଛନ୍ତି ସୂଚନାଯୋଗ୍ୟଯେ ଏବେବି ପୁରୀ ସହର ରେ ନିରବଛିନ୍ନ ବିଜୁଳି ସେବା ଉପଲବ୍ଧ କରାଯାଇପାରିନାହିଁ ଜିଲ୍ଲାର ଆଉ କିଛି ଗ୍ରାମାଞ୍ଚଳରେ ଏବେବି ଅନ୍ଧାର ହଟିନାହିଁ

16/06/2019

Leave a Reply

Your email address will not be published. Required fields are marked *

Comments