Bikash Khabar
ନିଯୁକ୍ତି ମିଳୁନି,କମିଛି ଇଞ୍ଜିନୟରିଂ ଶିକ୍ଷା ପ୍ରତି ଆଗ୍ରହ

ରାଜ୍ୟରେ ବୈଷୟିକ ଶିକ୍ଷାପ୍ରତି ଆଗ୍ରହ କମିବାରେ ଲାଗିଛି ସ୍ଥିତି ଏପରି ହୋଇଛି ଯେ ନାମଲେଖା ହେଉନଥିବାରୁ ଗତବର୍ଷ ରାଜ୍ୟର ୪ଟି ଇଂଜିନିୟରିଂ କଲେଜକୁ ବନ୍ଦ କରିବାକୁ ପଡିଛି ଚଳିତ ବର୍ଷ ଇଂଜିରିୟରିଂ ସିଟ୍ସଂଖ୍ୟା କୁ କମାଇଦେଇଛନ୍ତି ସରକାର ଉଭୟ ସରକାରୀ ଏବଂ ବେସରକାରୀ ଇଂଜିନିୟରିଂ କଲେଜରେ ମୋଟ ୪୦୭୩ଟି ବି.ଟେକ୍ ସିଟ୍ ଉଛେଦ କରାଯାଇଛି  ରାଜ୍ୟରେ ଏବେ  ସମୁଦାୟ ୮୮ଟି ଇଂଜିନିୟରିଂ  କଲେଜରେ ୪୦୭୩ଟି ସିଟ୍ କମିଛି ଏଥିରୁ  ୮ଟି ହେଉଛି ସରକାରୀ ଇଞ୍ଜିନିୟରିଂ କଲେଜ ବାକି ୮୦ଟି ବେସରକାରୀ ଇଞ୍ଜିନିୟରିଂ କଲେଜ ବେସରକାରୀ କଲେଜ ଗୁଡ଼ିକରେ ୩୯୪୭ ଟି ସିଟ୍ କମିଥିବା ବେଳେ ସରକାରୀ କଲେଜ ଗୁଡ଼ିକରେ ମୋଟ୍୧୨୬ଟି ସିଟ୍ କମ୍କରାଯାଇଛି ବ୍ରହ୍ମପୁର ଥରେ ଥିବା ପାରଳାମହାରାଜା କେନ୍ଦୁଝର ରେ ଥିବା ସରକାରୀ ଇଂଜିନିୟରିଂ କଲେଜର ଦୁଇଟି ବିଭାଗକୁ ରାଜ୍ୟସରକାର ନାମଲେଖା ହେଉ ଥିବାରୁ ବନ୍ଦ କରିଦେଇଛନ୍ତି  ବର୍ଷ ବର୍ଷ ଧରି ଉଭୟ ସରକାରୀ ବେସରକାରୀ କଲେଜ ଗୁଡ଼ିକରେ ଭିତ୍ତିଭୂମିର ଅଭାବ ଗୁଣାତ୍ମକ ଶିକ୍ଷାଦାନ   ଅଭାବ ରହିଛି ଏହା ସହିତ ଆବଶ୍ୟକ ଅନୁଯାୟୀ ଶିକ୍ଷକ ମଧ୍ୟ କଲେଜ ଗୁଡ଼ିକରେ ନାହାନ୍ତି ବିପିୟୁଟି ଅଧୀନରେ ଥିବା ରାଜ୍ୟର ୮୮ ଟି ଘରୋଇ କଲେଜ ଟି ସରକାରୀ ଇଂଜିନିୟରିଂ କଲେଜ ରେ ଠିକ ସମୟରେ କେବେ ବି ପରୀକ୍ଷା ହେଉନାହିଁକି ,ଠିକ ସମୟରେ ଫଳ ପ୍ରକାଶ ପାଉନି ଗୁଣାତ୍ମକ ଶିକ୍ଷାଦାନ ହେଉନଥିବାରୁ ଠିକ ସମୟରେ କ୍ୟାମ୍ପସ ରୁ ଚୟନ ପାଇଁ କମ୍ପାନୀ ଆସୁନାହାନ୍ତି ବର୍ଷ ବର୍ଷ ଧରି ଟ୍ୟୁସନ ଫିସ ସମ୍ପର୍କିତ ମାମଲା ନ୍ୟାୟାଳୟରେ ଝୁଲୁଥିବା ଯୋଗୁଁ ଘରୋଇ ଇଂଜିନିୟରିଂ  କଲେଜ ଗୁଡିକରେ ମନଇଛା ଦେୟ ଆଦାୟ କରାଯାଉଛି  ଲକ୍ଷ ଲକ୍ଷ ଟଙ୍କା ଖର୍ଛପରେ ବି ନିଯୁକ୍ତି ମିଳୁନଥିବାରୁ ବୈଷୟିକ ଶିକ୍ଷା ପ୍ରତି ପିଲା ମୁହଁ ମୋଡ଼ୁଛନ୍ତି 

ଇଞ୍ଜିନିୟର ବେକାରୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ ଅଭିଭାବକ ମାନେ ନିଜ ପିଲାଙ୍କୁ ଇଞ୍ଜିନିୟରିଂ ପଢାଇବାକୁ ରାଜି ହେଉ ନାହାନ୍ତି ପଳରେ ଅନକ କଲେଜରେ ସିଟ୍ଖାଲି ପଡ଼ୁଛି ଏହି ସିଟ୍ଖାଲି ପଡ଼ିବା କାରଣରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସିଟ୍କମାଯିବା ସହ ବିଭିନ୍ନ କଲେଜକୁ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି

10/07/2019

Leave a Reply

Your email address will not be published. Required fields are marked *

Comments