Bikash Khabar
ଶିଳ୍ପୀ ଓ କାରିଗରୀ ର ବିକାଶ ପାଇଁ ପ୍ରତିଷ୍ଠା ହେବ ୫ ନୁଆଁ କ୍ଲଷ୍ଟର

ହସ୍ତଶିଳ୍ପ କାରିଗରମାନଙ୍କର ବିକାଶ ସହ ଓଡ଼ିଶା ହସ୍ତଶିଳ୍ପର ପ୍ରଚାର ପ୍ରସାର ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ ୫ରୁ ଊର୍ଦ୍ଧ୍ୱ ହ୍ୟାଣ୍ଡିକ୍ରାଫ୍ଟ କ୍ଲଷ୍ଟର୍ ଚଳିତବର୍ଷ ନୂତନ ଭାବେ ଲାଗୁ ହୋଇଥିବା ହସ୍ତଶିଳ୍ପ ପଲିସି-୨୦୧୯ ଅଧୀନରେ ହସ୍ତଶିଳ୍ପ କ୍ଲଷ୍ଟର୍ ବିକାଶକୁ ଗୁରୁତ୍ୱ ଦିଆଯିବ। ବିଶେଷକରି ନୟାଗଡ଼, ବାରିପଦା କେନ୍ଦୁଝର ଭଳି ଜିଲା, ଯେଉଁଠାରେ ହସ୍ତଶିଳ୍ପୀ ଏବଂ ହସ୍ତଶିଳ୍ପ ଉପରେ ନିର୍ଭରକରି ଚଳୁଥିବା ପରିବାର ସଂଖ୍ୟା ଅଧିକ ଥିବାରୁ ତାହାକୁ ନେଇ କ୍ଲଷ୍ଟର ବିକାଶ କରାଯିବ। ଏହାସହ ହସ୍ତଶିଳ୍ପର ପ୍ୟାକେଜିଂ ଟ୍ରେନିଂ ପାଇଁ ସ୍ବତନ୍ତ୍ର ଇଣ୍ଡଷ୍ଟ୍ର୍ରିଆଲ୍ୟୁନିଟ୍ପ୍ରତିଷ୍ଠା ଲାଗି ମଧ୍ୟ ଯୋଜନା ରହିଥିବା ସୂଚନା ମିଳିଛି।ହସ୍ତଶିଳ୍ପ-ହସ୍ତତନ୍ତ-ପର୍ଯ୍ୟଟନକୁ ପରସ୍ପର ସହ ଯୋଡ଼ି କ୍ଲଷ୍ଟର ବିକାଶ କରାଯିବା ସହ ମାର୍କେଟିଂ ପାଇଁ ରାଜ୍ୟ ଦେଶ ବାହାରର ପର୍ଯ୍ୟଟକମାନଙ୍କୁ ଟାର୍ଗେଟ କରାଯିବ ବୋଲି ସୂଚନା ଦେଇଛନ୍ତି ହସ୍ତତନ୍ତ, ବୟନ ହସ୍ତଶିଳ୍ପ ବିଭାଗ ଯୁଗ୍ମସଚିବ ଅଞ୍ଜନା ପଣ୍ଡା। ପୁରୀ, ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ବଲାଙ୍ଗୀର, ନବରଙ୍ଗପୁର, ଗଞ୍ଜାମ, ରାୟଗଡ଼ା, ସୁବର୍ଣ୍ଣପୁର, କେନ୍ଦୁଝର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର, ଜଗତ୍ସିଂହପୁର ବାଲେଶ୍ୱର ଭଳି ଜିଲାରେ ରାଜ୍ୟର ସର୍ବାଧିକ ହସ୍ତଶିଳ୍ପୀ ରହିଥାନ୍ତି। ଡୋକ୍ରା, ଟେରାକୋଟା, ଚାନ୍ଦୁଆ, ନଡ଼ିଆକତା କାରିଗରି, ଜନଜାତି ଅଳଙ୍କାର, ଶିଙ୍ଘ କାମ, ପଥର କାଠ କାରିଗରି, ବାଉଁଶ କଳାକୃତି, ପଟ୍ଟଚିତ୍ର, ଟସର ଚିତ୍ରକଳା, ଝୋଟ ଜରି କାମ, ଏମ୍ବ୍ରୋଡୋରି, ଗୋଲ୍ଡେନ୍ଗ୍ରାସ୍, ଚାନ୍ଦି କାମ, ସବାଇ ଘାସ କଳାକୃତି ଭଳି ୫୦ଟି ସ୍ବୀକୃତପ୍ରାପ୍ତ ହସ୍ତଶିଳ୍ପ ରହିଥିବା ବେଳେ ଏହାଉପରେ ନିର୍ଭର କରି ଲକ୍ଷାଧିକ କାରିଗର ନିଜ ପରିବାର ପୋଷିଥାନ୍ତି। ତେବେ ବିଭିନ୍ନ କାରଣ ଯୋଗୁ ରାଜ୍ୟରେ ହସ୍ତଶିଳ୍ପର ବିକ୍ରିବଟାକୁ ନେଇ ସମସ୍ୟା ଉପୁଜୁଥିବା ବେଳେ ଡିଜାଇନ୍ରେ ନୂତନତ୍ୱ ଅଭିନବତ୍ୱ ଅଭାବରୁ ଏହା ଦେଶ ବିଦେଶ ପର୍ଯ୍ୟଟକ ତଥା ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ବିଫଳ ହେଉଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଆହୁରି ରୁ ୭ଟି ନୂଆ ହସ୍ତଶିଳ୍ପ କ୍ଲଷ୍ଟର୍ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି।କ୍ଲଷ୍ଟର ହେବାଦ୍ୱାରା ଉକ୍ତ ସ୍ଥାନର ଭିତ୍ତିଭୂମି ବିକାଶ ସହ ଯୋଗାଯୋଗ ବିଦ୍ୟୁତୀକରଣ ବ୍ୟବସ୍ଥାକୁ ସୁଦୃଢ କରାଯିବ। ଏହାସହ କମ୍ୟୁନିଟି ହଲ୍, କାରିଗରଙ୍କ ପାଇଁ ପକ୍କା ଓ୍ବାର୍କସେଡ୍ଏବଂ ଓପନ୍ଏୟାର୍ଥିଏଟର୍ପ୍ରତିଷ୍ଠା କରାଯିବ। ଫଳରେ ପର୍ଯ୍ୟଟକମାନେ କିଣାବିକା ସହ ମୁକ୍ତାକାଶ ମଞ୍ଚରେ ସ୍ଥାନୀୟ ଲୋକକଳା ଲୋକସଙ୍ଗୀତର ମଜା ନେଇପାରିବେ। ସ୍ଥାନୀୟ ଖାଦ୍ୟ ଖାଇବେ ସେଠାକାର ଅଞ୍ଚଳ ବୁଲିପାରିବେ। ଏହାଦ୍ୱାରା ଦୀର୍ଘସ୍ଥାୟୀ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ସୂକ୍ଷ୍ମ ପଥର କାରିଗରି ପାଇଁ ପ୍ରସିଦ୍ଧି ଲାଭ କରିଥିବା ଲଳିତଗିରି ଏବଂ ଶୁଖୁଆପଡ଼ା କ୍ଲଷ୍ଟରକୁ ନେଇ ଏକ କ୍ରାଫ୍ଟ ଭିଲେଜ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।

20/08/2019

Leave a Reply

Your email address will not be published. Required fields are marked *

Comments