Bikash Khabar
କଳାହାଣ୍ଡିରେ ନିର୍ମାଣ ହେବ ଏମ୍‌ଏସ୍‌ଏମ୍‌ଇ ପାର୍କ

 ସୂକ୍ଷ୍ମ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମ୍ଏସ୍ଏମ୍ଏଇ)କୁ ପ୍ରୋତ୍ସାହନ ଦେବା ଲାଗି ରାଜ୍ୟ ସରକାର କଳାହାଣ୍ଡିରେ ଏମ୍ଏସ୍ଏମ୍ଏଇ ପାର୍କ ନିର୍ମାଣ କରିବେ। ଏଥିପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଛି। ୧୧୬.୭୨ ଏକର ସରକାରୀ ଜମି ୩୦.୩୬ ଏକର ବେସରକାରୀ ଜମିରେ ଏହି ପାର୍କ ନିର୍ମାଣ କରାଯିବ। ଶୁକ୍ରବାର ବିଧାନସଭା ପ୍ରଶ୍ନକାଳରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି।କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ୍ ବଗାଡ଼ କୁଲିପଡ଼ା ଗ୍ରାମ ମଧ୍ୟରେ କାଗଜକଳ ନିର୍ମା ପାଇଁ ଚିହ୍ନଟ ହୋଇଥିବା ଜମିରେ ଆଜି ସୁଦ୍ଧା କାଗଜ କଳ ନିର୍ମାଣ ହୋଇ ପାରିବାର କାରଣ ବୋଲି ବିଧାୟକ ଭୂପିନ୍ଦର ସିଂହ ମୂଳ ପ୍ରଶ୍ନ କରିଥିଲେ। ଉତ୍ତରରେ ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ, କାଗଜ କଳ ପ୍ରତିଷ୍ଠା ପାଇଁ କେସିଙ୍ଗା ପେପର୍ ମିଲ୍କୁ ୧୯୯୫ ମସିହାରେ ୧୧୬.୭୨ ଏକର ଜମି ଇଡ୍କୋ ମାଧ୍ୟମରେ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ କମ୍ପାନି କର୍ତ୍ତୃପକ୍ଷ ଜମି ଅଧିଗ୍ରହଣ ବାବଦକୁ ବର୍ଦ୍ଧିତ କ୍ଷତିପୂରଣ ଦେବା ପ୍ରକଳ୍ପ ପ୍ରତିଷ୍ଠାରେ ବିଳମ୍ବ କାରଣରୁ ଜମି ଆବଣ୍ଟନ ଆଦେଶ ୨୦୦୧ ମସିହା ମାର୍ଚ୍ଚ ମାସରେ ରଦ୍ଦ କରାଯାଇଥିଲା। ସେହି ଜମି ଏବେ ସରକାରଙ୍କ ଅଧୀନରେ ଅଛି।କଳାହାଣ୍ଡିରେ ଶିଳ୍ପ ପ୍ରତିଷ୍ଠା ହେଉ ଥିବାରୁ ଉଦ୍ବେଗ ପ୍ରକାଶ କରି ଶ୍ରୀ ସିଂହ କହିଥିଲେ, କାଗଜ କଳ ପ୍ରତିଷ୍ଠା ହେଉ ଥିବାରୁ ଲୋକମାନେ ଜମି ଫେରାଇ ନେବାକୁ କହିଲେଣି। କାଗଜ କଳ ପାଇଁ କଳାହାଣ୍ଡିରେ ପ୍ରଚୁର କଞ୍ଚାମାଲ୍ଥିଲେ ବି ସେଗୁଡ଼ିକ ଏବେ ବାହାରକୁ ଚାଲିଯାଉଛି। କାଗଜ କଳ ଜାଗାରେ ସରକାର ଶିଳ୍ପାଞ୍ଚଳ ପ୍ରତିଷ୍ଠା କରିଛନ୍ତି। କିନ୍ତୁ ସେଠାରେ ଗୋଟିଏ ବି ଶିଳ୍ପ ନାହିଁ। ମନ୍ତ୍ରୀ ତୁରନ୍ତ ଦିଗରେ ପଦକ୍ଷେପ ନିଅନ୍ତୁ ମନ୍ତ୍ରୀ କାଗଜ କଳ ପ୍ରତିଷ୍ଠା ନେଇ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦେଇ ଥିଲେ। ତେବେ ଏମ୍ଏସ୍ଏମ୍ ପାର୍କ ମାଧ୍ୟମେର କଳାହାଣ୍ଡିରେ ଶିଳ୍ପ ପ୍ରତିଷ୍ଠା ହେବ ବୋଲି ଜୋର୍ଦେଇଥିଲେ।

 

27/07/2019

Leave a Reply

Your email address will not be published. Required fields are marked *

Comments