Bikash Khabar
ମାଡି ଆସୁଛି ଫୋନି , ୨.୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ,ସଂଧ୍ୟାସୁଦ୍ଧା ହେବେ ଆଉ ୫ ଲକ୍ଷ

ସାମୁଦ୍ରିକ ଝଡ଼ ଫୋନିକୁ ଦୃଷ୍ଟିରେ ରଖି ଉପକୂଳ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି।ଗୁରୁବାର   ଦିନ ୧୦ଟା ୩୦ ସୁଦ୍ଧା ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ଅପରାହ୍ନ ଟୀ ସୁଧା ଅଢ଼େଇ  ଲକ୍ଷ  ଲକ୍ଷ ଲୋକଙ୍କୁ ନିରାପଦ ଜାଗାକୁ ସ୍ଥାନାନ୍ତରିତ କରାଯାଇଛି ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ସାଢେ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବାକୁ ଯୋଜନା ରଖାଯାଇଛି ପ୍ରଭାବିତ ହେବାକୁ ଥିବା ୧୩ଟି ଜିଲ୍ଲାର ଲୋକଙ୍କୁ ଆଶ୍ରୟ ସ୍ଥଳକୁ  ଆଜି ସଂଧ୍ୟା ସୁଦ୍ଧା ସ୍ଥାନାନ୍ତର କାର୍ୟ୍ୟ ସରିବ। ଏନେଇ ବିଭିନ୍ନ ଜିଲ୍ଲାରେ ହଜାରରୁ ଅଧିକ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରହିଛି। ଏହାସହ ଲକ୍ଷ ଖାଦ୍ୟ ପୁଡ଼ିଆ ପ୍ରସ୍ତୁତ କରାଯାଉଛି। ଗଜପତିରେ ସବୁଠୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି ଲକ୍ଷ ୯୭ ହଜାର ପଲିଥିନ ଷ୍ଟକ ରହିଛି ଆବଶ୍ୟକ ପଡିଲେ ଏୟାରଡ୍ରପିଂରେ ଖାଦ୍ୟ ଯୋଗାଇଦିଆଯିବ ଏନଡିଆରଏଫର ୨୮ଟି ଟିମ ପ୍ରସ୍ତୁତ ଅଛନ୍ତି ବୋଲି ଏସଆରସି କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି

02/05/2019

Leave a Reply

Your email address will not be published. Required fields are marked *

Comments