Bikash Khabar
ଫନିମୁକାବିଲା ,୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

ଓଡିଶା ଉପକୂଳରେ ଫନି ପହଞ୍ଚିବା ପୂର୍ବରୁ ଗୁରୁବାର ସନ୍ଧ୍ୟା ସୁଦ୍ଧା ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ମହିଳା ,ଶିଶୁ ଦିବ୍ୟାଙ୍ଗଙ୍କୁ ପ୍ରଥମେ ସ୍ଥାନାନ୍ତର କରାଯିବ ଏହାପରେ ଅନ୍ୟମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯିବ। ଅତୀତରେ ଓଡ଼ିଶାରେ ଏତେ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ନାହିଁ। ଏହା ହେବ ଓଡିଶାର ସବୁଠୁ ବଡ ସ୍ଥାନାନ୍ତରଣ। ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ଯୋଗାଇଦିଆଯିବ

ଆସନ୍ତା କାଲି ତାରିଖରେ ପୁରୀ ଉପକୂଳ ଛୁଇଁବାପରେ  ଭୟଙ୍କର ରୂପ ଧାରଣ କରିବ  ବାତ୍ୟା ଫନି ବାତ୍ୟା  ଓଡିଶା ଉପକୂଳ ଆଡକୁ ଯେତିକି ମାଡି ଆସୁଛି ଜନସାଧାରଣଙ୍କ ମନରେ ଭୟ ସେତିକି ବଢିବାରେ ଲାଗିଛି ତାରିଖ ଅପରାହ୍ନରେ କୁଳ ଛୁଇଁବା ପୂର୍ବରୁ ପ୍ରଶାସନ ଅରେଞ୍ଜ ,ୟେଲୋ, ରେଡ ସତର୍କତା ଘୋଷଣା କରିଛନ୍ତି ୧୨ ଜଣ ଆଇଏସ ୧୧ ଜଣ ଆଇପିଏସ ଅଧିକାରୀ ସମ୍ଭାବ୍ୟ ଜିଲାଗୁଡ଼ିକର ଦାୟିତ୍ୱରେ ଅଛନ୍ତି

ଆଜି ଗୁରୁବାର ଦିନ  ୧୨ଟା ସୁଦ୍ଧା ପୁରୀ ଜିଲ୍ଲାରୁ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଚିଲିକା ଭିତରେ ଥିବା ଏହାକୁ ଲାଗି ରହିଥିବା ସବୁ ଗାଁ ଲୋକଙ୍କୁ ପ୍ରଥମେ ସ୍ଥାନାନ୍ତର କରାଯିବ। ପୁରୀର ବିଭିନ୍ନ ହୋଟେଲର ତଳ ମହଲାରେ ଥିବା ପର୍ୟ୍ୟଟକଙ୍କୁ ମଧ୍ୟ ସ୍ଥାନାନ୍ତର ଆରମ୍ଭ ହୋଇଛି ମୁହାଣ ନିକଟବର୍ତ୍ତୀ ଗାଁର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରଶାସନ ସ୍ୱତନ୍ତ୍ର ବସ ଯୋଗେଁ ପଶ୍ଚିମବଙ୍ଗ ପର୍ୟ୍ୟଟକଙ୍କୁ ପଠାଇଛି ପୁରୀରୁ ସ୍ୱତନ୍ତ୍ର ଟ୍ରେନ ମଧ୍ୟ ବ୍ୟବସ୍ଥା କରାଯାଇଛି 

02/05/2019

Leave a Reply

Your email address will not be published. Required fields are marked *

Comments