Bikash Khabar
ଆସନ୍ତା ୧୫ ରେ ଖୋଲିବ ସିନେମାହଲ ,ଏସଓପି ଜାରି କଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ

ଅକ୍ଟୋବର  ୧୫ ତାରିଖରୁ ଦେଶରେ ସିନେମା ହଲ୍, ଥିଏଟର ମଲ୍ଟିପ୍ଲେକ୍ସ ଖୋଲିବାକୁ ଯାଉଥିବାବେଳେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆଜି ଏଥିଲାଗି ଏସଓପି ଘୋଷଣା କରାଯାଇଛି ଦେଶର ସବୁ ସିନେମା ହଲ୍, ଥିଏଟର ମଲଟିପ୍ଲେକ୍ସରେ ଏସବୁ ଏସଓପି ପାଳନ କରିବା ବାଧ୍ୟତାମୂଳକ ବୋଲି କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି ଆସନ୍ତା ଅକ୍ଟୋବର ୧୫ରୁ ସାରା ଦେଶରେ ସିନେମା ହଲ ଖୋଲିବ ବୋଲି ଗତ ୩୦ ତାରିଖରେ କେନ୍ଦ୍ର ଗୃହମନ୍ତ୍ରାଳୟ ଘୋଷଣା କରିଥିଲା ଏଥିଲାଗି ସୂଚନା ପ୍ରସାରଣ ମନ୍ତ୍ରାଳୟ ଏସଓପି ଜାରି କରିବ ବୋଲି ସେତେବେଳେ କୁହାଯାଇଥିଲା ତେବେ କଣ୍ଟେନମେଣ୍ଟ ମଧ୍ୟରେ ଆସୁଥିବା ସିନେମା ହଲଗୁଡ଼ିକ ବନ୍ଦ ରହିବ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି ହୋଇଛି ସବୁ ସିନେମା ହଲ୍ ନିଜ କ୍ଷମତାର କେବଳ ୫୦ ପ୍ରତିଶତ ସିଟ ପୂରଣ କରିବେ ,ପ୍ରତି ସିଟର ପାଖ ଦୁଇଟି ସିଟ୍ ଖାଲି ରହିବ ଏସବୁ ସିଟରେ କେହି ବସିପାରିବେ ନାହିଁବୋଲି ଲେଖା ରହିବ ସିନେମା ହଲ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ହଲ ଭିତରେ ପ୍ରବେଶ ପୂର୍ବରୁ ସାନିଟାଇଜର୍ ବ୍ୟବସ୍ଥା ରହିବ ଟିକେଟ କାଉଣ୍ଟରରେ ଗହଳି କମାଇବାକୁ ଅଧିକ ସଂଖ୍ୟକ କାଉଣ୍ଟର ଖୋଲାଯିବ ଅନଲାଇନ ବୁକିଂକୁ ପ୍ରୋତ୍ସାହିତ କରାଯିବ   ହଲ୍ ଭିତରକୁ ପ୍ରବେଶ ବେଳେ ଦର୍ଶକଙ୍କ ଥର୍ମାଲ ସ୍କାନିଂ ବା ତାପମାତ୍ରା ମପାଯିବ ବୋଲି ଏହି ନିର୍ଦେଶାବଳୀ ରେ କୁହାଯାଇଛି

 

06/10/2020

Leave a Reply

Your email address will not be published. Required fields are marked *

Comments