Bikash Khabar
ବଜେଟ ଉପସ୍ଥାପନା ,ଅର୍ଥମନ୍ତ୍ରୀ କହିଲେ ସବୁ ଯୋଜନାର କେନ୍ଦ୍ରରେ ଅଛନ୍ତି ଗାଁ,ଗରିବ ଓ କୃଷକ

  ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସାତାରମଣ ଇତିହାସ ରଚିଛନ୍ତି ବର୍ଷ ବର୍ଷର ପରମ୍ପରା ଭାଙ୍ଗି ପ୍ରଥମ ଥର   ଫର୍ଦ୍ଦର ନାଲି କପଡା ଭିତରେ ବଜେଟ ଦସ୍ତାବିଜ ରଖିଛନ୍ତି ପଶ୍ଚିମ ସଭ୍ୟତାରୁ ଅଲଗା ରହି ପ୍ରଥମ ଥର ବଜେଟ ପାଇଁ ବ୍ରିଫକେଶ ନୁହେଁ ବହି ଖାତା ପ୍ରସ୍ତୁତ କରାଯାଇଛି ବୋଲି କୁହାଯାଇଛି ମୋଦି ସରକାର ବିପୁଳ ଜନସମର୍ଥନ ପାଇ ସରକାର ଗଢ଼ିଛନ୍ତି ଏଥିପାଇଁ ସମସ୍ତ ବର୍ଗର ବଜେଟ ଉପସ୍ଥାପନା ପୂର୍ବରୁ ଆଶା,ଆକାଂକ୍ଷା ପ୍ରକାଶ ପାଇଛି ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନା କରି ନିଜ ବକ୍ତବ୍ୟରେ କହିଲେଯେ,ଭାରତରେ ପ୍ରତିବର୍ଷ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆବଶ୍ୟକତା ରହିଛି ଭିତ୍ତିଭୂମୀ ସଂରଚନା ପାଇଁ ଅନେକ ବ୍ୟବସ୍ଥା ଗ୍ରହଣ କରାଯାଇଛି ସ୍ବାଧୀନତା ପରେ ଯେଭଳି ସ୍ବଦେଶୀ,ସେପରି ଆଜି ମେକ ଇନ ଇଣ୍ଡିଆର ମହତ୍ୱ ଥିବା ଅର୍ଥମନ୍ତ୍ରୀ ନିଜ ବଜେଟ ଭାଷଣରେ କହିଛନ୍ତି  ଆମର ଲକ୍ଷ ଶକ୍ତିଶାଳୀ ଦେଶ ପାଇଁ ଦୃଢ଼ ନାଗରିକ ବୋଲି ସେ ସୁଚାଇଥିଲେ  ସେ କହିଥିଲେଯେ ଟ୍ରିଲିୟନ ଡ଼ଲାରର ଅର୍ଥ ବ୍ୟବସ୍ଥା କରିବାକୁ ଦେଶକୁ ୫୫ ବର୍ଷ ଲାଗିଥିଲା ବିଗତ ବର୍ଷ ମଧ୍ୟରେ ଆମେ ଏଥିରେ ଟ୍ରିଲିୟନ ଡଲାର ଯୋଡ଼ିଛୁ  ମୁଦ୍ରା ଋଣ,ଅନ୍ୟ ଯୋଜନାରେ ଦେଶର ଲୋକଙ୍କ ଜୀବନ ବଦଳୁଛି ଗରିବ କୃଷକଙ୍କୁ ପ୍ରତ୍ୟେକ ଯୋଜନାର କେନ୍ଦ୍ରବିନ୍ଦୁ କରାଯାଇଛି  ଜଳପଥ,ଆକାଶପଥର ବିକାଶ କ୍ଷେତ୍ରରେ ପୁଞ୍ଜି ନିବେଶ ବ୍ୟାପକ ହେବ  ଦେଶର ବିକାଶ ପାଇଁ ୧୦ ଟି ଦ୍ରୁଷ୍ଟିକୋଣର ଆଲୋଚନା କରି ସୀତାରମଣ ଫିସିକାଲ-ସୋସିଆଲ ଇଁଫ୍ରାଷ୍ଟ୍ରକ୍ଚର ଠାରୁ ଡିଜିଟାଲ ଭିତ୍ତିଭୂମୀ ପର୍ଯ୍ୟନ୍ତ ଏବଂ ମେକ ଇନ ଇଣ୍ଡିଆ ଠାରୁ ଆରମ୍ଭକରି ନୀଳ ଅର୍ଥନୀତି ପର୍ଯ୍ୟନ୍ତ ଆଲୋଚନା କରିଥିଲେ  ଦେଶର ସବୁ ପଂଚାୟତ କୁ ଡିଜିଟାଲ ସଂଯୋଗ ସୁଵିଧାମିଳିଵ ବୋଲି ସେ ଦୋହରାଇଥିଲେ କ୍ଷୁଦ୍ର  ବ୍ୟବସାୟୀଙ୍କୁ ୬୦ ବର୍ଷ ପରେ ମାସିକ ହଜାର ଟଙ୍କା ପେନସନ ଦେବା ବ୍ୟବସ୍ଥା ପ୍ରଚଳନ କରାଯାଇଥିବା ସୁଚାଇଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  କୋଟିରୁ ଅଧିକ ଶ୍ରମିକଙ୍କୁ ଭତ୍ତା ସହ ପ୍ରଧାନ ମନ୍ତ୍ରୀ କୌଶଳ ଯୋଜନାରେ ୧୦ ନିୟୁତ ଯୁବକଙ୍କୁ ତାଲିମ ଦିଆଯିବ ନେଇ ସୁଚାଇଥିଲେ

 

05/07/2019

Leave a Reply

Your email address will not be published. Required fields are marked *

Comments