Bikash Khabar
ଅଗ୍ନିକାଣ୍ଡ ପରେ ସୁରଟ ର ସବୁ କୋଚିଂ ସେଣ୍ଟର ବନ୍ଦ,ଫାୟାର ସେଫଟି ପ୍ରମାଣପତ୍ର ଦେଲେ ଖୋଲିବ

ସୁରଟ ସହର ସତାନା ଠାରେ ଥିବା ଏକ ଚାରି ମହଲା କୋଠାରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିବାରୁ ଚାରିମହଲା କୋଠାରୁଜୀବନ ବିକଳରେ ଡେଇଁ ପଡିଥିବା ୨୨  ଜଣ ଛାତ୍ର ଛାତ୍ରୀଙ୍କ ଜୀବନ ଯାଇଛି ଏହି କୋଠାରେ ତକ୍ଷଶୀଳା କୋଚିଂ ସେଣ୍ଟର ଚାଲିଥିଲା ଯେଉଁଠାରେ ନବମ ରୁ ଦ୍ୱାଦଶ ଶ୍ରେଣୀର ବିଦ୍ୟାର୍ଥୀ ମାନେ ଅବସ୍ଥାନ କରିବା ସହିତ କୋଚିଂ ନେଉଥିଲେ ଜଣେ ପୀଡିତ ଛାତ୍ର କହିଛନ୍ତି ଯେ କୋଠାରୁ ଡେଇଁପଡ଼ିବା ବ୍ୟତୀତ ଆମ ନିକଟରେ ଆଉ କୌଣସି ଚାରା ଥିଲା।କୋଠରୀ ଗୁଡିକ ଧୁଆଁ ରେ ଭରିଯିବ କାରଣରୁ ବାଧ୍ୟ ହୋଇ ଆମେ ଡେଇଁଥିଲୁ ଏଥପାଇଁ ଅନେକଙ୍କ ଜୀବନ ଯାଇଥିଲା ଏହି ଅଗ୍ନିକାଣ୍ଡ କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦିଆଯାଇଛି କୋଚିଂ ସେଣ୍ଟର ପରିଚାଳକଙ୍କୁ ଗିରଫ କରାଯାଇଛି ରାଜ୍ୟର ସମସ୍ତ କୋଚିଂ ସେଣ୍ଟର କୁ ବନ୍ଦ କରାଯାଇଛି ଫାୟାର ସେଫଟି ପ୍ରମାଣପତ୍ର ଦେବା ପରେ ଯାଇଏହି କୋଚିଂ ସେଣ୍ଟର କୁ ଖୋଲିବା ଦିଗରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୁରଟ୍ର ପୋଲିସ କମିଶନର ସତୀଶ  ଶର୍ମା କହିଛନ୍ତି । 

25/05/2019

Leave a Reply

Your email address will not be published. Required fields are marked *

Comments