Bikash Khabar
ରାଜ୍ୟରେ ପ୍ରଥମ,କଟକ ସିଟି ହସ୍ପିଟାଲ କୁ ଆସିଲା ରକ୍ତକୁ ଅକ୍ସିଜେନ ଯୋଗାଣର ମେସିନ

ସିଟି ହସ୍ପିଟାଲ କୁ ଆସିଛି ଅତ୍ୟାଧୁନିକ ହାଇପରବାରିକ ଅକ୍ସିଜେନ ଚ୍ୟାମ୍ବର ରକ୍ତକୁ ସିଧାସଳଖ ଅକ୍ସିଜେନ ଯୋଗାଣ ପାଇଁ ଏହି ମେସିନ ସହାୟତା କରିବ ମଧୁମେହ ସ୍ନାୟୁ ରୋଗୀ ମାନଙ୍କୁ ଏହା ସଂଜୀବନୀ ପରି ସହାୟତା କରିବ।ମଧୁମେହ ସ୍ନାୟୁ ରୋଗୀ ମାନେ ରକ୍ତରେ ଅକ୍ସିଜେନ ପ୍ରବାହ ସମସ୍ୟା ସହ ସଂଘର୍ଷ କରୁଥିବା ବେଳେ ଏଥିପାଇଁ ବିଭିନ୍ନ ପ୍ରକାର ସମସ୍ୟା ସମ୍ମୁଖୀନ ହେଉଥିଲେ କାରଣ ମଧୁମେହ ରୋଗରେ ଆକ୍ରାନ୍ତ ରୋଗୀ ମାନଙ୍କ ଶରୀର ରେ ଘା ସୃଷ୍ଟିହେଲେ ତାହା ଶୁଖିବା ପାଇଁ ବହୁ କଷ୍ଟକର ହୋଇଥାଏ।ଏହା ଘା କୁ ସିଧାସଳଖ ଅକ୍ସିଜେନ ଦେବାରେ କଷ୍ଟକର ହୋଇଥାଏ।ସ୍ନାୟୁ ରୋଗୀ ମାନଙ୍କ କ୍ଷେତ୍ରରେ ମଧ୍ୟ ସମାନ ସମସ୍ୟା ଦେଖିବାକୁ ମିଳିଥାଏ ଶରୀର ଯେଉଁ ଅଂଶଟି ରୋଗାକ୍ରାନ୍ତ ହୋଇଥାଏ ସେହି ଅଂଶ ଟିକୁ ଅମ୍ଳଜାନ ପହଂଚିବାରେ ସମସ୍ୟା ହୋଇଥାଏ ତେଣୁ ଏହି ଥେରାପି ମାଧ୍ୟମରେ ରୋଗୀଙ୍କୁ ଅକ୍ସିଜେନ ଯୋଗାଇ ହେବ ରାଜ୍ୟର କୌଣସି ସରକାରୀ କିମ୍ବା ଘରୋଇ ହସ୍ପିଟାଲ ରେ ଏହି ଚିକିସ୍ଛା ବ୍ୟବସ୍ଥା ଆଗରୁ ଥିଲା 

22/05/2019

Leave a Reply

Your email address will not be published. Required fields are marked *

Comments