Bikash Khabar
ସମ୍ବଲପୁର ରେ ଉଦ୍ଘାଟିତ ହେଲା ରାଜ୍ୟର ପ୍ରଥମ ମହିଳା ଡାକଘର

ସମ୍ବଲପୁର ସହରର ଗୋଲବଜାର ଠାରେ ଥିବା ପୁରାତନ ଉପ-ଡ଼ାକଘର କେବଳ ମହିଳା ଅଧିକାରୀ ଏବଂ କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ ହେବ। କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ଏହା ରାଜ୍ୟର ପ୍ରଥମଡ଼ାକଘର ହେବ। ଏଠାରେ ଏହି ନୂତନ ବ୍ୟବସ୍ଥା କୁ  ସମ୍ବଲପୁର ଡ଼ିଭିଜନର ଅଧିକ୍ଷକ ବାନାମ୍ବର ସେଠି ଉଦଘାଟନ କରିଛନ୍ତି। ଏଠାରେ ଡ଼ାକ ପ୍ରେରଣ, ସ୍ୱଳ୍ପ ସଂଚୟ ଯୋଜନା, ଇଂଡ଼ିଆନ ପୋଷ୍ଟାଲ ବ୍ୟାଙ୍କ  ସେବା ଉପଲବ୍ଧ  ହେବ।ଏହା ଛଡ଼ା ଷ୍ଟାମ୍ପ ବିକ୍ରୟ ସହିତ ଆଧାର ପଞିକରଣ ମଧ୍ୟ କରଯିବ। ଏହା ଉଦଘାଟନ ହେବାର ପ୍ରଥମ ଦିବସରେ ୧୭ ଟି  ପୋଷ୍ଟାଲ ପେମେଂଟ ବ୍ୟାଙ୍କ  ପାଇଁ ଗ୍ରାହକ ମାନଙ୍କ ନୂଆ ଜମାଖାତା ଖୋଲାଯାଇଥିଲା। ଏବେ ଏଠାରେ ମହିଳା ପୋଷ୍ଟ ମାଷ୍ଟର, ଡ଼ାକ ସହାୟକ ଏବଂ ଜଣେ ପେକରଙ୍କୁ ନିଯୁକ୍ତି ଦିଆଯାଇଛି। ମହିଳା ସଶକ୍ତିକରଣ ଦିଗରେ ଏହି ବ୍ୟବସ୍ଥା ସହାୟକ ହେବା ସହିତ ବିଶେଷକରି ମହିଳା ଗ୍ରାହକ ମାନେ ଏଠାରେ ଅଧିକ ନିଶଙ୍କୋଚରେ ଡ଼ାକ ସମ୍ବଧିତ କାରବାର କରିପାରିବେ।

21/08/2019

Leave a Reply

Your email address will not be published. Required fields are marked *

Comments