Bikash Khabar
ଆଜିଠୁ ଉଠିବ ସମୁଦ୍ରରୁ ମାଛଧରିବା ଉପରେ ଥିବା ୨ମାସିଆ କଟକଣା

ପ୍ରତିବର୍ଷ ମାଛମାନଙ୍କ ଅଣ୍ଡାଦାନ ପ୍ରକ୍ରିୟା କୁ ଦୃଷ୍ଟିରେ ରଖି ସମୁଦ୍ର ରେ ମତ୍ସ୍ୟଜୀବୀମାନଙ୍କ ମାଛଧରା ଉପରେ ଅପ୍ରେଲ ୧୫ରୁ ଜୁନ୍ ୧୪ ତାରିଖ ଦୁଇ ମାସର କଟକଣା ଜାରି କରାଯାଇଥାଏ ଏହି ସମୟ ମଧ୍ୟରେ ସମୁଦ୍ରରୁ ମାଛ ଧରିବା ମନା। କଟକଣା କୁ ମାନି ମତ୍ସ୍ୟଜୀବୀ ବିଗତ ଦୁଇମାସ  ହେଲା ବସିରହିଥିଲେ  ଏହି କଟକଣା ଆଜି ମଧ୍ୟରାତ୍ରରୁ ଉଠିବ ସାରା ଦେଶରେ ମାଛ ରପ୍ତାନୀ ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପାରାଦୀପ ମାଛଧରା ବନ୍ଦର ପୁଣି ଚଳଚଂଚଳ ହୋଇ ଉଠିବ ସେଥିପାଇଁ ମତ୍ସ୍ୟଜୀବୀ ଏବଂ ମାଛଧରା ଟ୍ରଲର ମାଲିକମାନେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ସମୁଦ୍ର ଦେବତା ବରୁଣଙ୍କୁ ଖୁସି କରିବା ପାଇଁ ମଙ୍ଗଳବାରଠାରୁ ଯଜ୍ଞ ଗତକାଲି ପୂର୍ଣ୍ଣାହୁତି ହୋଇଛି   ପ୍ରତ୍ୟେକ ବର୍ଷ ଅପ୍ରେଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ଦୁଇ ମାସ  ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଜାରି କରାଯାଇଥାଏ ଫଳରେ ଘରେ ହାତ ବାନ୍ଧି ବସିଥିବା ମତ୍ସ୍ୟଜୀବୀମାନେ ଚାତକ ଭଳି ଆଜିର ଦିନକୁ ଚାହିଁ ବସିଥାନ୍ତି। ବର୍ତ୍ତମାନ ମାଛ ଧରା ବନ୍ଦରରେ ୬୪୩ ଟ୍ରଲର କାରବାର କରୁଛି। ସେଥିରୁ ୩୩୬ ଯନ୍ତ୍ର ଚାଳିତ ଡ଼ଙ୍ଗା  ରହିଛି ଗୋଟିଏ ପଟେ ଏହି ମାଛ ଧରା ବନ୍ଦରକୁ ଆନ୍ତର୍ଜାତିକ ମାଛ ଧରା ବନ୍ଦର ମାନ୍ୟତା ମିଳିବା ପରେ ବିଦେଶକୁ ଏଠାରୁ ମାଛ ରପ୍ତାନୀ ଆରମ୍ଭ ହୋଇଛି। କିନ୍ତୁ ମହାନଦୀ ମୁହାଣ ଖୋଳା ନଗଲେ ସ୍ଥିତି ସୁଧୁରିବ ନାହିଁ ବୋଲି ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି।ତେଣେ ମାଛଧରା ବନ୍ଦସାଙ୍ଗକୁ ଫନି ବାତ୍ୟାର ମାଡ଼ରେ ଜୀବିକା ହରାଇ ବସିଥିବା ପୁରୀ ପେଣ୍ଠକଟା ନୋଳିଆ ସାହିରେ ଏବେ ଚାଲିଛି ଦଙ୍ଗା ଜାଲ ସଜଡା ପର୍ବ 

14/06/2019

Leave a Reply

Your email address will not be published. Required fields are marked *

Comments