Bikash Khabar
ଏବେ ଶୁଣିଲେ ପରୀକ୍ଷା ଫଳ ଗାଁର ପ୍ରଥମ ମାଟ୍ରିକ ପାସ ଝିଅ ନବୀନା ଖିଲ

 ଏବେ ଶୁଣିଲେ ପରୀକ୍ଷା ଫଳ ଗାଁର ପ୍ରଥମ ମାଟ୍ରିକ  ପାସ ଝିଅ ନବୀନା ଖିଲ

ମାଟ୍ରିକ ପରୀକ୍ଷାଫଳ ପ୍ରକାଶ କେଇ ସପ୍ତାହ ପରେ ପାସ ହୋଇଥିବା ଖବର ତାଙ୍କ ନିକଟରେ ପହଁଚିଲା ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଘର ତଥାପି ସାହସ କରି ଜଳବନ୍ଦୀ ଅଞ୍ଚଳରୁ ଶିକ୍ଷା ପାଇଁ ସାହାସ କରି ଘରୁ ବାହାରିଥିଲେ ଶିକ୍ଷିତ ହୋଇ ନିଜ ଅଞ୍ଚଳର ବିକାଶ କରିବାର  ସ୍ବପ୍ନ ଦେଖିଲେ।ଆଗାମୀ ଅଞ୍ଚଳ ସତ୍ୱେ ପାଠ ପଢି ଚଳିତ ଥର ମାଟ୍ରିକ ପାସ କରି ଉଦାହରଣ ସୃଷ୍ଟିକରିଛନ୍ତି ନବୀଣା ଖିଲ। ସ୍ବାଭିମାନ ଅଞ୍ଚଳରେ ନୂଆ ଆଶା ଦେଖାଇଛନ୍ତି ଗାଜଲମାମୁଡ଼ି ଗାଁର ଏହି ସାହସୀ ଝିଅ ଗାଁର ପ୍ରଥମ ମାଟ୍ରିକ୍ ପାସ୍ ଭାବେ ସେ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳକୁ ନେଇ ଅନେକ ଅପବାଦ ରହିଛି ନକ୍ସଲଙ୍କ ଏହି ତଥାକଥିତ ଗଡ଼ରେ ଶିକ୍ଷା ହାର ଆଦୌ ଉତ୍ସାହ ଜନକ ନୁହେଁ। ବିଦ୍ୟାଳୟ ଅଛି, କିନ୍ତୁ ପାଠପଢ଼ା ପ୍ରତି ବିଶେଷ ଧ୍ୟାନ ଦିଅନ୍ତି ନାହିଁ ଅଭିଭାବକ। ସେହିପରି ନକ୍ସଲ ଭୟ ସହ ଅନ୍ୟାନ୍ୟ କାରଣରୁ ଶିକ୍ଷକ ମଧ୍ୟ ଅଧିକାଂଶ ସମୟ ବିଦ୍ୟାଳୟକୁ ଯାଇନଥାନ୍ତି। ଏମିତି ପ୍ରତିକୂଳ ସ୍ଥିତି ସତ୍ତ୍ବେ ଗାଜଲମାମୁଡ଼ି ଗାଁର ନବୀନା ଖିଲ ଗାଁ ଆଖପାଖ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଶେଷ କରିଥିଲେ। ଏହାପରେ ଚିତ୍ରକୋଣ୍ଡା ବାଳିକା ଉଚ୍ଚବିଦ୍ୟାଳୟରେ ନାମ ଲେଖାଇଥିଲା। ଚଳିତବର୍ଷ ସେ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ପରୀକ୍ଷା ଫଳ ବାହାରିବା ବିଳମ୍ବ ହୋଇଥିବାବେଳେ ବିଦ୍ୟାଳୟ ମଧ୍ୟ ୪ମାସ ହେଲା ବନ୍ଦ ରହିଛି। ସେହିପରି ଯୋଗାଯୋଗର ଭଲ ମାଧ୍ୟମ ନଥିବାରୁ ନିଜ ପରୀକ୍ଷା ଫଳ ବିଷୟରେ ଜାଣିପାରି ନଥିଲେ ନବୀନା। ଆଦିବାସୀ ଝିଅ ଘର କାମ ଶିଖିଗଲେ ବିବାହ କରିବାର ପ୍ରଥା ରହିଛି। ତେଣୁ ନବୀନାଙ୍କୁ ମଧ୍ୟ ପରିବାର ଲୋକ ବିବାହ କରି ଦେବାକୁ ନିଷ୍ପତ୍ତି ନେଇଥିଲେ।

09/08/2020

Leave a Reply

Your email address will not be published. Required fields are marked *

Comments