Bikash Khabar
ଦିବ୍ୟାଙ୍ଗ ଙ୍କ ଅନୁଭବ ଆଉ ଦୁଃଖ ଜାଣିବାର ଭିନ୍ନ ପ୍ରୟାସ,ଏସ ପି ପାଲଟିଲେ ଡିନଙ୍କ ପାଇଁ ଅନ୍ଧ

  ଦିବ୍ୟାଙ୍ଗଙ୍କ ପାଇଁ ଗୋଟିଏ ଦିନ ସମର୍ପିତ କଲେ। ପୂରା ଦିନଟିଏ ଅନ୍ଧଙ୍କ ଭଳି ବିତାଇଲେ। ସାଉଁଟିଥିବା ଦୁନିଆକୁ ଦେଖିପାରୁ ନଥିବା ଲୋକ କେମିତି ବିତାଉଛି ଜୀବନ ନିଜେ ଅନୁଭବ କରିଥିଲେ। ଏହାପରେ ସବୁ ଅନୁଭୂତିକୁ ଅନ୍ୟମାନଙ୍କୁ ବାଣ୍ଟିଛନ୍ତି। ଜଣେ ଯୁବ ଆଇପିଏସ ଅଧିକାରୀଙ୍କ ଏମିତି ପଦକ୍ଷେପକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଏସ୍ପି ଭିନ୍ନ କାରଣରୁ ଚର୍ଚ୍ଚା ପରିସରକୁ ଆସିଛନ୍ତି। ବିଶ୍ବ ଦିବ୍ୟାଙ୍ଗ ଦିବସରେ ନିଜେ ଦିନକ ପାଇଁ ପାଲଟିଗଲେ ଦିବ୍ୟାଙ୍ଗ। ଦିବ୍ୟାଙ୍ଗମାନେ କିପରି ଅନୁଭବ କରୁଛନ୍ତି ତାହା ଜାଣିବା ପାଇଁ ଏମିତି କରିଥିଲେ ଏସପି ସଲଭ ସିହ୍ନା। ଦିନକ ମଧ୍ୟରେ ପର୍ଯ୍ୟାୟକ୍ରମେ ହୋଇଥିଲେ ଅନ୍ଧ, ମୂକ ଏବଂ ବଧିର। ଆଖିରେ ପଟି ବାନ୍ଧିବା ସହ ମୂକ ହୋଇଥିଲେ। ନିଜ କାର୍ଯ୍ୟାଳୟରୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବାଡ଼ି ଧରି ଚାଲି ଚାଲି ଯାଇଥିଲେ। ଜଣେ ଅନ୍ଧ କିଭଳି ଯନ୍ତ୍ରଣା ମଧ୍ୟରେ ଜୀବନ ବଞ୍ଚୁଛି ତାହା ନିଜେ ଜାଣିବାକୁ ଏମିତି ପ୍ରୟାସ କରିଥିଲେ। ଜଣେ ଦିବ୍ୟାଙ୍ଗଙ୍କୁ ଆମେ ଦେଖିଲେ ସମବେଦନା ଜଣାଉଛୁ କିମ୍ବା ସହାୟତା କରୁଛୁ। କିନ୍ତୁ କେବେ ତାଙ୍କ ଅନ୍ତରର ଦୁଃଖ ତଥା ଭୋଗୁଥିବା ଯନ୍ତ୍ରଣାକୁ ଅନୁଭବ କରିପାରୁ ନାହୁଁ। ତେଣୁ ଏଭଳି ଏକ ଅଭିନବ ପ୍ରୟାସ କରିଥିଲେ।

09/12/2019

Leave a Reply

Your email address will not be published. Required fields are marked *

Comments