Bikash Khabar
କୃଷ୍ଣସାର ମୃଗଙ୍କ ସୁରକ୍ଷା ପାଇଁ ଆଗକୁ ଆସିଲା ବନବିଭାଗ

ବାଲୁଖଣ୍ଡ ଅଭୟାରଣ୍ୟ ରେ ଅସୁରକ୍ଷିତ ହୋଇପଡିଛନ୍ତି ବିରଳ କୃଷ୍ଣସାର ମୃଗ ସାମୁଦ୍ରିକ ବାତ୍ୟା ଫୋନି ସେମାନଙ୍କ ଆହାର ବିଚରଣ ସ୍ଥଳ କୁ ଧ୍ୱସ୍ତ କରିଛି ପ୍ରଚଣ୍ଡ ଖରା ତାତି ରେ ସେମାନେ ଆଉଟୁ ପାଉଟୁ ହେଉଥିବା ବେଳେ ବନବିଭାଗ ପକ୍ଷରୁ କେତେକ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ସେମାନଙ୍କ ପାଇଁ ଡ଼ାଲପତ୍ର ରେ ଛାମୁଣ୍ଡିଆ ତିଆରି କରାଯିବ ପିଇବା ପାଇଁ ବିଭିନ୍ନ ସ୍ଥାନରେ ଜଳପାତ୍ର ବ୍ୟବସ୍ଥା କରାଯିବ ବୋଲି ପ୍ରଧାନ ବନ ସଂରକ୍ଷକ ଅଜୟ କୁମାର ମହାପାତ୍ର କହିଛନ୍ତି ସୂଚନା ଯୋଗ୍ୟଯେ ଆମ ରାଜ୍ୟରେ କେବଳ ବାଲୁଖଣ୍ଡ ଏବଂଗଂଜାମ   ଆସିକା,ଭେଟନଇ ,ବେଗୁନିଆପଡା,ଖଲ୍ଲିକୋଟ ବ୍ଲକ ଅଞ୍ଚଳରେ କୃଷ୍ଣସାର ମୃଗ ଦେଖିବାକୁ ମିଳିଥାନ୍ତି ଏମାନେ ବିରଳ ବନ୍ୟଜନ୍ତୁ ଭାବେ ତାଲିକାଭୁକ୍ତ ଆସିକା କୃଷ୍ଣସାର ଙ୍କୁ ସୁରକ୍ଷା ଦେବାପାଇଁ ବନବିଭାଗ ପକ୍ଷରୁ ୫୦ ଏକର ଜମି କିଣାଯାଇ ସେମାଙ୍କ ପସନ୍ଦର ଶସ୍ୟ ଚାଷ କରାଯିବ ତେବେ ପୂର୍ବରୁ ନମୁନା ଭାବେ ଏକର ଜମିରେ ଏହି ପ୍ରକାର ଚାଷ ଆରମ୍ଭ ହେବ ବୋଲି ପିସିସିଏଫ ଅଜୟ କୁମାର  ମହାପାତ୍ର ସୂଚନା ଦେଇଛନ୍ତି

16/05/2019

Leave a Reply

Your email address will not be published. Required fields are marked *

Comments