Bikash Khabar
ମାଲକାନଗିରିରେ ରୋଗୀ ଓ ସହାୟକଙ୍କ ପାଇଁ ମାଗଣା ବସ୍‌ ସେବା, ଚାଲିବ ୨ଟି ଓଏସ୍‌ଆର୍‌ଟିସି ବସ୍‌

 ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମାଗଣାରେ ଯିବା ଆସିବା ପାଇଁ ରୋଗୀ ସେମାନଙ୍କ ସହାୟକମାନଙ୍କ ନିମନ୍ତେ ୨ଟି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି) ବସ୍ସେବା ଶନିବାର ଠାରୁ ଉପଲବ୍ଧ ହେବ। ଅପହଞ୍ଚ ଅଞ୍ଚଳର ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଗମନାଗମନର ସହଜ ମାଧ୍ୟମ ଯୋଗାଇଦେବା ଉଦ୍ଦେଶ୍ୟରେ ଓଏସ୍ଆର୍ଟିସି ପକ୍ଷରୁ ଏହି ବସ୍ସେବା ଯୋଗାଇ ଦିଆଯାଉଛି। ପ୍ରଥମ ବସ୍ଟି ସକାଳ ସାଢ଼େ ୬ଟାରୁ ଜନତାପାଇଠାରୁ ବାହାରି ଯାନବାଇ ଚିତ୍ରକୋଣ୍ଡା, ବାଲିମେଳା ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୂର୍ବାହ୍ନ ୧୦ଟାରେ ପହଞ୍ଚିବ। ସେହିପରି ଅପରାହ୍ ୪ଟାରେ ମାଲକାନଗିରିରୁ ବାହାରି ଉକ୍ତ ମାର୍ଗ ଦେଇ ପ୍ରତ୍ୟାବର୍ତ୍ତନ କରି ଜନତାପାଇରେ ସଂଧ୍ୟା ସାଢ଼େ ୭ଟାରେ ପହଞ୍ଚିବ। ଅନ୍ୟ ବସ୍ଟି ସକାଳ ସାଢ଼େ ୬ଟାରେ ମୋଟୁଠାରୁ ବାହାରି ଏମ୍‌.ଭି-୭୯, କାଲିମେଳା, ପଟେରୁ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିନ ୧୦ଟାରେ ପହଞ୍ଚିବ ଏବଂ ସେଠାରୁ ଅପରାହ୍ ୪ଟାରେ ପ୍ରତ୍ୟାବର୍ତ୍ତନ କରି ରାତି ସାଢ଼େ ୭ଟାରେ ମୋଟୁରେ ପହଞ୍ଚିବ। ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକମାନେ ଏହା ଦ୍ବାରା ଚିକିତ୍ସା ସେବା ପାଇବା ସହ ବହୁଳ ଭାବେ ଉପକୃତ ହେବେ ବୋଲି ବାଣିଜ୍ୟ ପରିବହନ ବିଭାଗ ଆଶା ପ୍ରକାଶ କରିଛି।

25/10/2019

Leave a Reply

Your email address will not be published. Required fields are marked *

Comments