Bikash Khabar
କୁନି ଶିଳ୍ପୀଙ୍କ ତୁଳିରେ ସ୍ଥାନିତ ହେଲା ସ୍ବାଧୀନତାର ଝଲକ

କୁନି ଶିଳ୍ପୀଙ୍କ ତୂଳୀରେ ସ୍ଥାନିତ ହେଲା ସ୍ୱାଧୀନତାର ଝଲକ ସାରା ଦେଶ ତାର ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ହେଉଥିବାବେଳେ ଚିତ୍ରଶିକ୍ଷା ଅନୁଷ୍ଠାନ ଚିତ୍ରଶାଳା ଚିତ୍ରଶିଳ୍ପୀମାନେ ଏହାର ଅବ୍ୟବହିତ ପୂର୍ବରୁ କାନ୍ଭାସ, କାଗଜ,ତୂଳୀ ରଙ୍ଗରେ ସ୍ୱାଧୀନତା ସଂଗ୍ରାମ ଆଉ ତାର ମହାନ୍ ଯୋଦ୍ଧାମାନଙ୍କ ଛବିକୁ ଜୀବନ୍ତ ଭାବେ ଫୁଟାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ନିଜ ଚିତ୍ରଶିକ୍ଷାର ଦକ୍ଷତା ସାବ୍ୟସ୍ତ କରାଇଛନ୍ତି

ପୋଖରୀପୁଟ ଫେଜ- ଇନ୍ଦ୍ରପ୍ରସ୍ଥ କଲୋନୀ ପରିସରରେ ଥିବା ଚିତ୍ରଶାଳା ପକ୍ଷରୁ ସ୍ୱାଧୀନତା ସଂଗ୍ରାମ ଆଉ ଶହୀଦଙ୍କ ସ୍ମୃତି ଆଧାରରେ ଏକ ସ୍ୱତନ୍ତ୍ର ଚିତ୍ରାଙ୍କନ କର୍ମଶାଳା ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ଅନୁଷ୍ଠାନର ପ୍ରତିଷ୍ଠାତା ଅନସୂୟା ସାହୁଙ୍କ ତତ୍ତ୍ୱାବଧାନରେ କୁନି ଶିଳ୍ପୀମାନେ ଜାତୀୟ ପତାକା,ଶାନ୍ତିର କପୋତ, ତ୍ରିରଙ୍ଗାରେ ପ୍ରଜାପତି, ବେଲୁନ୍ ସମେତ ମୁକ୍ତି ସଂଗ୍ରାମର ଚିତ୍ରମାନ ପ୍ରସ୍ତୁତ କରିଥିଲେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଏହି ମୁହୂର୍ତ୍ତକୁ ପିଲାଙ୍କ ମନରେ ଭରିଦେବା ସହିତ ଜାତୀୟତାବାଦଭାବନା ଚିତ୍ରକଳାରେ ଦକ୍ଷତା ସୃଷ୍ଟି ଏପରି କାର୍ଯ୍ୟକ୍ରମ ପଛର ଆଭିମୁଖ୍ୟ ବୋଲି ଚିତ୍ରଶାଳା ପକ୍ଷରୁକୁହାଯାଇଛି ସାମାଜିକ କର୍ମୀ ସୁଶାନ୍ତ ସାହୁ, ତ୍ରିଲୋଚନ ବେଉରା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଅନୁଷ୍ଠାନର ଏଭଳି ପ୍ରୟାସ ପିଲାଙ୍କ ସାମର୍ଥ୍ୟକୁ ସାଧୁବାଦ ଜଣାଇଥିଲେ

16/08/2019

Leave a Reply

Your email address will not be published. Required fields are marked *

Comments