Bikash Khabar
ମହିଳା ସୁରକ୍ଷାକୁ ନେଇ ଜିଲାପାଳ ଙ୍କ ଅଭିନବ ପ୍ରୟାସ

ସମ୍ବଲପୁରର ପ୍ରଥମ ମହିଳା ଆଇପିଏସ୍ସାରା ଶର୍ମା ନିଜର ନିଆରା କେତେକ ଗୁଣ କର୍ମ ପାଇଁ ଖ୍ୟାତି ସାଉଣ୍ଟିଛନ୍ତି ଦେବଗଡ଼ ଏସ୍ପି ଭାବରେ କାର୍ଯ୍ୟଦକ୍ଷତା ଯୋଗୁଁ ଜାତୀୟ ସ୍ତରରେ ପୁରସ୍କୃତ ହେବା ସହିତ  ଗଜପତି ଏସ୍ପି ଥିବା ସମୟରେ ଫନି ପୀଡ଼ିତଙ୍କୁ ସହାୟତା ପାଇଁ ନିଜେ ରାସ୍ତାକୁ ଓହ୍ଲାଇ ପ୍ରଶଂସାଭାଜନ ହୋଇଥିଲେ। ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ଗୀତ ଗାଇବା ସହ ଏକ ନାରୀ ସୁରକ୍ଷା ପାଇଁ ଅଭିନବ ପଦକ୍ଷେପ ନେଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।ନାରୀର ସୁରକ୍ଷା ପାଇଁ ଆମେ ନେଇଛୁ ପଣ, ସେବା କରିବାକୁ ଆମେ ସଦା ତତ୍ପର। ଗଜପତି ଜିଲ୍ଲାରେ ମହିଳା ଏବଂ ଶିଶୁ ସୁରକ୍ଷା ପାଇଁ ହାଇଦ୍ରାବାଦ ଢାଞ୍ଚାରେ ଗଠିତ ସି ଟିମ୍ ଥିମ୍ଗୀତରେ କଣ୍ଠଦାନ କରି ଚର୍ଚ୍ଚାକୁ ଆସିଛନ୍ତି ଗଜପତି ଏସ୍ପି ତଥା ସମ୍ବଲପୁର ଝିଅ ସାରା ଶର୍ମା।ଅଶ୍ଳୀଳ ଇଙ୍ଗିତଠାରୁ ଆରମ୍ଭ କରି ନିର୍ଯାତନାର ଶିକାର ମହିଳାମାନେ କିଭଳି ସି ଟିମ ନିକଟରେ ପହଞ୍ଚିପାରିବେ ଏଥିପାଇଁ ଏହି ଅଭିନବ ଉପାୟ ଅବଲମ୍ବନ କରାଯାଇଛି। ସୋସାଲ ମିଡିଆରେ ଏହି ଗୀତ ଭାଇରାଲ ହୋଇଥିବାବେଳେ ଏହାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଗୀତରେ ସାରାଙ୍କ ସୁମଧୁର କଣ୍ଠସ୍ବର କୌଣସି ପେଶାଗତ କଣ୍ଠଶିଳ୍ପୀଙ୍କଠାରୁ ବି କମ୍ନୁହେଁ।

27/06/2019

Leave a Reply

Your email address will not be published. Required fields are marked *

Comments