Bikash Khabar
ରୋଡ୍ ରୋମିଓଙ୍କୁ ସାବାଡ କରିବା ପାଇଁ ଗଢ଼ାଗଲା ଗଜପତି ଏସ୍‌ପି ସାରା ଶର୍ମାଙ୍କ ସି-ଟିମ୍

ରୋଡ଼  ରୋମିଓଙ୍କୁ ସାବାଡ କରିବା ପାଇଁ   ଗଜପତି ଏସ୍ପି ସାରା ଶର୍ମା ଏକ ଦଳ ଗଢ଼ିଛନ୍ତି। ନାଁ ରଖାଯାଇଛି  ସି-ଟିମ୍।  ଶୁକ୍ରବାର ଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ଏହି ଟିମ୍। ଏଥିପାଇଁ ସ୍ୱତନ୍ତ୍ର ଲୋଗ ଉନ୍ମୋଚନ ସହ ସହାୟତା ପାଇଁ ସ୍ୱତନ୍ତ୍ର ନମ୍ବର ମଧ୍ୟ ଜାରି କରାଯାଇଛି।ଅସୁବିଧା ସମୟରେ ୯୪୩୮୯୧୬୭୦୭ ଏବଂ ୦୬୮୧୫-୨୨୨୩୮୮ ନମ୍ବରରେ କଲ୍ କରିବା ମାତ୍ରେ ସଙ୍ଗେସଙ୍ଗେ ସି-ଟିମ୍ ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚିବେ। ଏହାସହ କିଭଳି ଏହି ଟିମ୍ କାର୍ଯ୍ୟ କରିବ ସେନେଇ ପଥପ୍ରାନ୍ତ ନାଟକ ମାଧ୍ୟମରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଇଛି। ପୂର୍ବରୁ ଗତ ସପ୍ତାହେ ଧରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନା କରାଯାଇଥିବାବେଳେ ବର୍ତ୍ତମାନ ସି-ଟିମ୍ ଆକ୍ସନ ମୁଡରେ କାମ କରିବ ବୋଲି ଏସ୍ପି ସାରା ଶର୍ମା କହିଛନ୍ତି।ରୋଡ ରୋମିଓଙ୍କୁ ନିୟନ୍ତ୍ରଣ କରିବା ପାଇଁ ଗଜପତି ପୁଲିସ ପକ୍ଷରୁ ନିଆଯାଇଥିବା ଏହି ନିଆରା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଏହାକୁ ସ୍ୱାଗତ କରିବା ସହ ସେମାନଙ୍କ ହିତରେ ଏହା କରାଯାଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି   ପୁଲିସର ଏଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ମଧ୍ୟ  ସ୍ୱାଗତ କରାଯାଇଛି ବ୍ଲାକ ଟି ସାର୍ଟ ସାଙ୍ଗକୁ ଜିନ୍ ପ୍ୟାଣ୍ଟ ଏବଂ ହ୍ୱାଇଟ ସୁ ପରିଧାନ ଏହି ଟିମ ୟୁନିଫର୍ମ ହୋଇଛି କେବଳ ପୋଷାକରେ ନୁହଁ ବରଂ ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ ଏହି ଟିମ ଫଳପ୍ରଦ ଭୂମିକା ତୁଲାଇ ପାରିବ ବୋଲି କୁହାଯାଉଛି ଜିଲାରେ ପ୍ରଶିକ୍ଷିତ ପୋଲିସ ବାହିନୀ ଥାଉଥାଉ ଏସପି ସି ଟିମ ଗଢିବା ପଛର କାରଣକୁନେଇ ମଧ୍ୟ ସହରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି

30/06/2019

Leave a Reply

Your email address will not be published. Required fields are marked *

Comments