Bikash Khabar
ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଭିନବ କାର୍ଯ୍ୟକ୍ରମ ‘ପ୍ରକଟ ବଚନ’ରେ ପ୍ରକଟ ହେଲା ଦୁର୍ନୀତି : ମୃତ ଲୋକ ନେଉଛନ୍ତି ଭତ୍ତା

  ଭତ୍ତା ଲୁଟ୍କୁ ଧରିବା ପାଇଁ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। କାର୍ଯକ୍ରମର ନାଁ ରଖାଯାଇଛି ପ୍ରକଟ ବଚନ କାର୍ଯକ୍ରମରେ କିଏ ଭତ୍ତା ପାଉଛନ୍ତି ବା ପାଉନାହାନ୍ତି ସେ ସମ୍ପର୍କରେ ଆଲୋଚନା କରାଯାଉଛି। ତାସହିତ ବେନିୟମ ଭାବେ ଭତ୍ତା ନେଉଥିବା ଲୋକମାନେ ବି ସ୍ବୀକାର କରୁଛନ୍ତି। କାର୍ଯ୍ୟକ୍ରମର ସଫଳତା ସ୍ବରୂପ ଜିଲ୍ଲା ଅନ୍ତର୍ଗତ ଏକ ପଞ୍ଚାୟତେର ମୃତ ଲୋକଙ୍କୁ ଭତ୍ତା ଦିଆଯାଉଥିବା ଜଣାପଡ଼ିଛି। ଜିଲ୍ଲାପାଳ ଆସନ୍ତା ୨୫ ସୁଦ୍ଧା ଜିଲ୍ଲାର ସବୁ ପଞ୍ଚାୟତରେ ପ୍ରକଟ ବଚନ ବୈଠକ ସାରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ୱାର୍ଡ଼ସଭ୍ୟ, ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ତତ୍ତ୍ବାବଧାନରେ ପଞ୍ଚାୟତ ଅନ୍ତର୍ଗତ ସବୁ ଗ୍ରାମର ବାସିନ୍ଦା ବୈଠକରେ ଉପସ୍ଥିତ ରହିବା ପାଇଁ କୁହାଯାଇଛି। ନିକଟରେ ଜିଲ୍ଲାର ଆସିକା ବ୍ଲକ୍ଅନ୍ତର୍ଗତ ଦେବଭୂମି ପଞ୍ଚାୟତର ପ୍ରକଟ ବଚନବୈଠକ ବସିଥିଲା। ବୈଠକରେ ମୃତ କମଳା ସାହୁଙ୍କ ନାମରେ ୨୫ଶହ, ଶଶି ବେହେରାଙ୍କ ନାମରେ ୧୫ ଶହ, ଶଶି ନାହାକଙ୍କ ନାମରେ ୧୫ଶହ, ଅହଲ୍ୟା ପାଣିଗ୍ରାହୀଙ୍କ ନାମରେ ହଜାର ବାଇଧର ସାହୁଙ୍କ ନାମରେ ୫ଶହ ହଡ଼ପ ହୋଇଥିବା ଜଣାପଡ଼ିଥିଲା। ମିଥ୍ୟା ତଥ୍ୟ ଦେଇ ମୃତକଙ୍କ ସମ୍ପର୍କୀୟମାନେ ଏହି ଅର୍ଥ ହଡ଼ପ କରିଥିବା ସ୍ବୀକାର କରିଥିଲେ। ଏହି ସ୍ବୀକାରୋକ୍ତି ସହିତ ଜଣ ହିତାଧିକାରୀଙ୍କ ପରିବାର ହଜାର ଟଙ୍କା ଆଦାୟ କରି ପଞ୍ଚାୟତ ଆକାଉଣ୍ଟରେ ଜମା କରିଥିବା ଜଣାପଡ଼ିଛି।

14/11/2019

Leave a Reply

Your email address will not be published. Required fields are marked *

Comments