Bikash Khabar
ନୂଆ ସିଏଜି ଭାବେ ଶପଥ ନେଲେ ଓଡିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ

ଦେଶର ନୂଆ ସିଏଜି ଭାବେ ଶପଥ ଗ୍ରହଣ କଲେ ଓଡିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥ ପାଠ କରାଇଛନ୍ତି ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତ ଥିଲେ ଗିରୀଶ ଚନ୍ଦ୍ର ମୁର୍ମୁ ଏହି ଦାଇତ୍ୱ ନେବା ପୂର୍ବରୁ ବୁଧବାର ଜମ୍ମୁକଶ୍ମୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ତାଙ୍କୁ ରାଷ୍ଟ୍ରପତି ସିଏଜି ଭାବେ ନିଯୁକ୍ତି ପ୍ରଦାନ କରିଥିଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ପୂର୍ବତନ ସିଏଜି ରାଜୀବ ମହର୍ଷିଙ୍କ ସ୍ଥାନରେ ମୁର୍ମୁଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି ସୂଚନାଯୋଗ୍ୟ ଗିରୀଶ ଚନ୍ଦ୍ର ମୁର୍ମୁ ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଠିତ ଜମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ନିଯୁକ୍ତ ହୋଇଥିଲେ ୬୦ ବର୍ଷୀୟ ମୁର୍ମୁ ୧୯୮୫ ବ୍ୟାଚ ଗୁଜୁରାଟ କ୍ୟାଡରର ଆଇଏଏସ ଅଧିକାରୀ ସେ ୩୧ ଅକ୍ଟୋବର ୨୦୧୯ରେ ଜାମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ପଦଭାର ସମ୍ଭାଳିଥିଲେ

 

08/08/2020

Leave a Reply

Your email address will not be published. Required fields are marked *

Comments