Bikash Khabar
ଗ୍ଲୋବାଲ ହାପିନେସ ସର୍ଭେ,ସୁଖୀ ସୁଚକାଙ୍କ ରେ ଭାରତ ନବମ

 ବିଶ୍ୱ ସ୍ତରରେ କରାଯାଇଥିବା ଏକ ସର୍ଭେ ରୁ ଜଣାପଡ଼ିଛି ଯେ  ସୁଖୀ ସୂଚକାଙ୍କ ତାଲିକାରେ ବିଶ୍ୱର ୨୮ଟି ଦେଶ ମଧ୍ୟରେ ଭାରତର ସ୍ଥାନ ନବମରେ ରହିଛି। ବ୍ୟକ୍ତିଗତ ନିରାପତ୍ତା ସହିତ ଦୈନନ୍ଦିନ ଜୀବନରେ ବନ୍ଧୁଭାବାପନ୍ନ ହେବା ଭଳି କେତେକ କାରଣ ସୁଖପୂର୍ଣ୍ଣ ଜୀବନଯାପନ ପାଇଁ ଆବଶ୍ୟକ ବୋଲି ଭାରତୀୟମାନେ ଅନୁଭବ କରନ୍ତି। ମାର୍କେଟ ରିସର୍ଚ୍ଚ ଫାର୍ମ ଇପ୍ସସ୍ଦ୍ୱାରା କରାଯାଇଥିବା ଗ୍ଲୋବାଲ ହାପିନେସ୍ସର୍ଭେରୁ ଏହି ସୂଚନା ମିଳିଛି ଇପ୍ସସ୍ଇଣ୍ଡିଆର କଣ୍ଟ୍ରି ସର୍ଭିସ ଲାଇନ୍ଲିଡର ପାରିଜାତ ଚକ୍ରବର୍ତ୍ତୀଙ୍କ କହିବାନୁଯାୟୀ, ଆରାମଦାୟକ ଜୀବନଯାପନ, ଭଲ ସ୍ବାସ୍ଥ୍ୟ, ଉତ୍ତମ ଆର୍ଥିକ ବ୍ୟବସ୍ଥା, ବନ୍ଧୁ ସାମାଜିକ ସହଯୋଗ ଏବଂ ଉଦ୍ଦେଶ୍ୟପୂର୍ଣ୍ଣ ଜୀବନଯାପନ ଦ୍ୱାରା ସୁଖ ମିଳେ। ସବୁ ମଧ୍ୟରେ ହବି ଏବଂ ବ୍ୟକ୍ତିଗତ ସ୍ବାର୍ଥକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ବିକଶିତ ଦେଶର ନାଗରିକମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ସୁଖୀ ବୋଲି ଏଥିରେ କୁହାଯାଇଛି। ଅଷ୍ଟ୍ରେଲିଆ କାନାଡା (୮୬ ପ୍ରତିଶତ) ସୁଖୀ ଦେଶ ତାଲିକାର ଶୀର୍ଷରେ ରହିଥିବାବେଳେ ଏହା ପଛକୁ ରହିଛି ଚାଇନା(୮୩ ପ୍ରତିଶତ), ଗ୍ରେଟ ବ୍ରିଟେନ(୮୨ ପ୍ରତିଶତ), ଫ୍ରାନ୍ସ (୮୦ ପ୍ରତିଶତ), ଆମେରିକା(୭୯ ପ୍ରତିଶତ), ସୌଦି ଆରବ ଜର୍ମାନୀ(୭୮ ପ୍ରତିଶତ) ଏବଂ ଭାରତ (୭୭ ପ୍ରତିଶତ) ଏହି ତାଲିକାର ନବମ ସ୍ଥାନରେ ରହିଛି ଭାରତ। ୨୮ରାଷ୍ଟ୍ର ବିଶିଷ୍ଟ ଏହି ସୁଖୀ ଦେଶ ତାଲିକାର ନିମ୍ନ ଭାଗରେ ରହିଛନ୍ତି ରୁଷିଆ(୪୭ ପ୍ରତିଶତ), ସ୍ପେନ୍‌(୪୬ ପ୍ରତିଶତ) ଏବଂ ଆର୍ଜେଣ୍ଟିନା(୩୪ ପ୍ରତିଶତ)

31/08/2019

Leave a Reply

Your email address will not be published. Required fields are marked *

Comments