Bikash Khabar
ବିଶ୍ୱର ଧନୀ ତାଲିକା , ୧୦ ସ୍ଥାନରେ ମୁକେଶ ଅମ୍ବାନୀ

ହୁରୁନ ଗ୍ଲୋବାଲ ରିଚ ତାଲିକା ପ୍ରକାଶ ପାଇଛି। ଏହାର ତଥ୍ୟ ଅନୁଯାୟୀ ୩.୮୩ ଲକ୍ଷ କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି  ରିଲାଏନ୍ସ ଇଣ୍ଡଷ୍ଟ୍ରି ର  ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ମୁକେଶ ଏହି ସମ୍ପତ୍ତି ଆଧାରରେ ବିଶ୍ୱର ବଡ଼ ଧନୀଙ୍କ ତାଲିକା ର ୧୦ ମ ସ୍ଥାନରେ ଅଛନ୍ତି । 
ଦ’ ହୁରୁନ୍‌ ଗ୍ଲୋବାଲ୍‌ ରିଚ୍‌ ୨୦୧୯ ତାଲିକାରେ ଟପ୍‌ ଧନୀକ ତାଲିକାରେ ଦ୍ୱିତୀୟ ଥର ପାଇଁ ଆମାଜନର ମୁଖ୍ୟ ଜେଫ୍‌ ବୋଜେସ୍‌ ରହିଛନ୍ତି । ଅନ୍ୟପଟେ ନିଜ ଅଂଶଧନରେ ବଡ଼ ବୃଦ୍ଧି କାରଣରୁ ୩.୮୩ଲକ୍ଷ କୋଟି ଟଙ୍କା ସମ୍ପତ୍ତି ସହ ତାଲିକାର ୧୦ମ ସ୍ଥାନରେ ଅଛନ୍ତି ମୁକେଶ । ରିଲାଏନ୍ସରେ ତାଙ୍କର ୫୨ ପ୍ରତିଶତ ଅଂଶଧନ ରହିଛି । ମଙ୍ଗଳବାର ଜାରି ଏହି ରିପୋର୍ଟରେ ଦ୍ୱିତୀୟ ଧନୀକ ଭାରତୀୟ ଭାବେ ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ଏସପି ହିନ୍ଦୁଜା ଏବଂ ୱିପ୍ରୋ ଅଧ୍ୟକ୍ଷ ଅଜମି ପ୍ରେମଜୀ ସ୍ଥାନ ପାଇଛନ୍ତି । ମୁକେଶଙ୍କ ସାନଭାଇ ଅନୀଲ ତାଙ୍କ ମୋଟ ସମ୍ପତ୍ତିରୁ ୬୫ ପ୍ରତିଶତ ହରାଇଥିବା ବେଳେ ମୁକେଶ ବିଶ୍ୱର ସବୁଠୁ ଧନୀ ତାଲିକାର ୧୦ମ ସ୍ଥାନରେ ରହିଛନ୍ତି । 
 

27/02/2019

Leave a Reply

Your email address will not be published. Required fields are marked *

Comments