Bikash Khabar
ଶନିବାର ଓ ରବିବାର ଖୋଲା ରହିବ ସରକାରୀ ଅଫିସ

 ଦିନରାତି ଏକ କରି ବିଜୁଳି କର୍ମଚାରୀ ଙ୍କ ସହିତ ଏନଡିଆରପିଏଫ ଓଡିଆରପିଏଫ ଲୋଟିପଡିଥିବା ଗଛ ଗୁଡିକୁ କାଟିବା ସହିତ ସଫେଇ ରେ ଲାଗି ପଡିଛନ୍ତି। ବିଜୁଳି ଖୁଣ୍ଟ ପୋତିବା ଏବଂ ତାର ଟାଣିବା କାମରେ ପଡୋଶୀ ଆନ୍ଦ୍ରପ୍ରଦେଶ,ତେଲେଙ୍ଗାନା କୁଶଳୀ ଶ୍ରମିକ ମାନେ ଲାଗିପଡିଛନ୍ତି  ରାଜ୍ୟ ସରକାରୀ କର୍ମଚାରୀ ମାନେ ମଧ୍ୟ ବିଭିନ୍ନ କାମରେ ସହଯୋଗ କରୁଛନ୍ତି ଶକ୍ତି,ପୂର୍ତ୍ତ,ପାନୀୟ ଜଳ ଯୋଗାଣ ଆଦି ବିଭାଗ କୁ  ଫୁରୁସତ ନାହିଁ    ଏଥିପାଇଁ ମେ ୧୧ ୧୨ ତାରିଖରେ ବାତ୍ୟା ହୋଇଥିବା  ଜିଲ୍ଲାମାନଙ୍କରେ ସରକାରୀ କାର୍ଯ୍ୟାଳୟ ଖୋଲା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି

 ବାତ୍ୟାପରେ ଏହି ଜିଲ୍ଲାମାନଙ୍କର ବିଭିନ୍ନ ଅଞ୍ଚଳକୁ ଯୋଗା ଯୋଗ ସହ ବିଜୁଳି ପାଣି ସଂଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଥିଲା ବିଦ୍ୟୁତ, ଅଗ୍ନିଶମ ସହ ଅନ୍ୟ ବିଭାଗର ଜୋରଦାର  ଉଦ୍ୟମ ଯୋଗୁଁ ଯୋଗାଯୋଗ ସମ୍ଭବ ହୋଇଥିବା ବେଳେ ଅନେକ ସ୍ଥାନକୁ ବିଦ୍ୟୁତ ପାନୀୟ ଜଳ ଯୋଗାଣ ହୋଇପାରିଛି  ଭୁବନେଶ୍ୱର ରେ ଅଦ୍ୟାବଧି ୨୫ ପ୍ରତିଶତ ରୁ ସାମାନ୍ୟ ଅଧିକ ଉପଭୋକ୍ତାଙ୍କୁ ବିଜୁଳି ସଂଯୋଗ ଦିଆଯାଇଥିବା ବେଳେ ପୁରୀ ରେ ଏହି କାମ ୧୨ ତାରିଖରୁ ଆରମ୍ଭ ହେବ କଟକ ରେ ଅଳ୍ପ କେତେକ ପରିବାର କୁ ବିଜୁଳି ପହଁଚିଥିବା ଜଣାଯାଇଛି ଏବେବି ପୁରୀ ଜିଲ୍ଲା ସହ ଖୋର୍ଦ୍ଧା କଟକ ଜିଲ୍ଲାର ଅନେକ ସ୍ଥାନାରେ ବିଦ୍ୟୁତ ସଂଯୋଗ ସହ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇପାରିନାହିଁ

10/05/2019

Leave a Reply

Your email address will not be published. Required fields are marked *

Comments