Bikash Khabar
ବନ୍ଦଥିବା କଲେଜ କୁ ବନ୍ଦପାଇଁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ବ୍ୟବସାୟ ପାଇଁ ଖୋଲାଯାଇଥିଲା କଲେଜ। ହେଲେ ହେଉନଥିଲେ ଛାତ୍ର ଛାତ୍ରୀ। କଲେଜ ପାଇଁ ଘରଭଡା ଦେବାକୁ ବି ପରିଚାଳକଙ୍କ ନିକଟରେ ଅର୍ଥ ନଥିଲା ଏମିତି ଏକ ସେଲ୍ଫଫାଇନାନ୍ସ କଲେଜ ଚାଲିଥିଲା ଭୁବନେଶ୍ୱର ସହିଦ ନଗର ଅଞ୍ଚଳରେ।ଘରଭଡା ଦେଇନପାରିବାରୁ ଜଣେ ହେଲେ ବି ଛାତ୍ରଛାତ୍ରୀ ନଥିବା ଏହି କଲେଜରେ ଗତବର୍ଷ ଠାରୁ ତାଲାଝୁଲୁଥିଲା ଏବେ ସେହି କଲେଜ ଶୂନପରୀକ୍ଷାଫଳ ପାଇଁ କର୍ତ୍ତୁପକ୍ଷଙ୍କ ଦୃଷ୍ଟିକୁ ଆସିଛି ଏଭଳି ଭାବେ ରାଜ୍ୟର ଆଦୌ ଜଣେ ବି ବିଦ୍ୟାର୍ଥୀ   ଥିବା ୪ଟି ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)କୁ ୨୦୧୯-୨୦ ଶିକ୍ଷା ବର୍ଷରେ ବନ୍ଦ କରାଯାଇଛି। ୯୧ଟି କଲେଜରେ ନାମଲେଖା ଉପରେ କଟକଣା ଜାରି ହୋଇଛି। ଏହାପରେ ବି କଠୋର୍ଆଭିମୁଖ୍ୟରୁ ଓହରିନି ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେର୍ଶାଳୟ। ୨୦୧୯ ବିଜ୍ଞାନ ବିଭାଗରେ କେହି ପାସ୍କରି ନଥିବା ୯ଟି କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଦ୍ୟାଳୟ ଗଣଶିକ୍ଷା ବିଭାଗ। ୬ଟି କଲେଜ ବନ୍ଦ କରିବାକୁ ନିଦେର୍ଶ ଦିଆଯାଇଛି। ଏଥିସହ ୩ଟି କଲେଜକୁ କାରଣଦର୍ଶାଅ ନୋଟିସ୍ଜାରି ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେର୍ଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବଡ଼ କଥା ହେଉଛି ଯେ ଯେଉଁ କଲେଜ ବନ୍ଦ କରିବାକୁ ନିଦେର୍ଶ ଦିଆଯାଇଛି, ସେଥିମଧ୍ୟରୁ ଇତି ମଧ୍ୟରେ ୪ଟି କଲେଜ ବନ୍ଦ ହୋଇଯାଇଛି। ଗତବର୍ଷଠାରୁ ଉକ୍ତ କଲେଜଗୁଡ଼ିକରେ ତାଲା ପଡ଼ିଛି। ସେଠାରେ ନାମଲେଖା ହେଉନି କି ପିଲା ପଢ଼ୁନାହାନ୍ତି। ସେଥିମଧ୍ୟରୁ ଭୁବନେଶ୍ୱରର ଗୋଟିଏ କଲେଜ ରହିଛି। ସହିଦନଗର ଠିକଣାରେ କଲେଜର ମୁଖ୍ୟ କାର୍ଯ୍ୟାଳୟ ଥିବା ବେଳେ ପଳାସୁଣୀରେ ଉକ୍ତ ସେଲ୍ଫ ଫାଇନାନ୍ସିଂ କଲେଜଟି ଚାଲୁଥିଲା। ଲଗାତାର ତିନି ବର୍ଷ ଧରି ପିଲା ହେବାରୁ ଉକ୍ତ କଲେଜଟି ଦୁର୍ବଳିଆ ହୋଇଯାଇଥିଲା। ଗତବର୍ଷ ତାଲା ପଡ଼ିଥିଲା। ଯେଉଁଠି କଲେଜ ରହିଥିଲା, ସେହି ଘର ଏବେ ଭଡ଼ା ଲାଗିଥିବା ଦେଖିବାକୁ ମିଳିଛି। ଅନ୍ୟ ତିନୋଟି କଲେଜ ଅବସ୍ଥା ବି ସମାନ। ପିଲା ଅଭାବରୁ ଦୁଇ ବର୍ଷ ହେଲା କଲେଜଗୁଡ଼ିକ ଭିତ୍ତିଭୂମି ସୁଦୃଢ଼ କରିପାରିନଥିଲେ। ଫଳରେ ଗତବର୍ଷଠାରୁ ଉକ୍ତ କଲେଜଗୁଡ଼ିକ ବନ୍ଦ ହୋଇଯାଇଛି।

09/06/2019

Leave a Reply

Your email address will not be published. Required fields are marked *

Comments