Bikash Khabar
ସାକ୍ଷୀଙ୍କୁ ମିଳୁନି ସୁରକ୍ଷା,ସରକାର ଆରମ୍ଭ କରିବେ ସ୍ୱତନ୍ତ୍ର ଯୋଜନା

ବିଭିନ୍ନ ବିଚାରାଧୀନ ମାମଲା ଗୁଡିକର ସାକ୍ଷୀ ମାନେ ନିଜକୁ ସୁରକ୍ଷିତ ମନେ କରି ପାରୁନାହାନ୍ତି ଅନେକ ସମୟରେ ସେମାନଙ୍କ ଉପରେ ଆକ୍ରମଣ ହେଉଥିବାର ଖବର ମିଳୁଛି। ବହୁ ମାମଲା ଗୁରୁତ୍ୱପୂର୍ଣ୍ଣ ସଖି ମାନଙ୍କୁ ଅଦାଲତରେ ପହଂଚିବା ପୂର୍ବରୁ କିଭଳି ଟାର୍ଗେଟ କରାଯାଉଛି ତାହାର ଅନେକ ନଜିର ଆମ ସମାଜରେ ଦେଖିବାକୁ ମିଳିଛି ଏହାକୁ ଦୃଷ୍ଟିରେ ରଖି ବିଚାରାଧୀନ ଥିବା ମାମଲାର ସାକ୍ଷୀଙ୍କୁ ସରକାରଙ୍କ ପକ୍ଷରୁ ସୁରକ୍ଷା ଦିଆଯିବା ଲାଗି ନିଷ୍ପତ୍ତି ହୋଇଛି  ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଯଦି କୌଣସି ମାମଲାର ସାକ୍ଷୀ ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି ତେବେ ସେମାନେ ଏନେଇ ସରକାରଙ୍କ ନିକଟରେ ଅପିଲ୍କରିପାରିବେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଆବଶ୍ୟକୀୟ ସୁରକ୍ଷା ଯୋଗାଇ ଦିଆଯିବ।ଏନେଇ ଖୁବ୍ଶୀଘ୍ର ଜିଲ୍ଲାଗୁଡ଼ିକରେ ସରକାରଙ୍କ ପକ୍ଷରୁ ଓ୍ୱିଟ୍ନେସ ପ୍ରୋଟେକ୍ସନ ସ୍କିମ୍ କାର୍ଯ୍ୟକାରୀ ହେବାକୁ ଯାଉଛି ପ୍ରତ୍ୟେକ ଜିଲ୍ଲାର ଦୌରାଜଜ୍ଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯିବ ଯଦି କୌଣସି ସାକ୍ଷୀ ସୁରକ୍ଷା ପାଇଁ ଏହି ପ୍ରୋଟେକ୍ସନ କମିଟିରେ ଆବେଦନ କରନ୍ତି ତେବେ ସେମାନଙ୍କ ଆବେଦନ ଅନୁଯାୟୀ ଘଟଣାରେ କେତେ ସତ୍ୟାସତ୍ୟ ରହିଛି ତାହାକୁ ନେଇ ତଦନ୍ତ ଆରମ୍ଭ କରାଯିବ ତଦନ୍ତ ପରେ ଯଦି ସାକ୍ଷୀଙ୍କୁ ବିପଦ ଥିବା ପ୍ରମାଣିତ ହୁଏ ତେବେ ୫ ଦିନ ମଧ୍ୟରେ ସାକ୍ଷୀଙ୍କୁ ସୁରକ୍ଷା ପ୍ରଦାନ କରାଯିବ ଏନେଇ ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି ମାମଲା ପରିଚାଳନା ରେ ସାକ୍ଷୀଙ୍କ ଅବଦାନ ଉଲ୍ଲେଖନୀୟ  ଜଣେ ସାକ୍ଷୀଙ୍କ ସଚୋଟତା ଅପରାଧୀକୁ କାଠଗଡ଼ା ପର୍ଯ୍ୟନ୍ତ ଟାଣିଆଣି ଦଣ୍ଡ ପ୍ରଦାନ କରିପାରିବାରେ ସହାୟତା କରିଥାଏ

10/07/2019

Leave a Reply

Your email address will not be published. Required fields are marked *

Comments