Bikash Khabar
ରାଜଧାନୀରେ ନିୟୋଜିତ ହେବେ ଗ୍ରାଜୁଏଟ କନେଷ୍ଟବଳ

ବର୍ତ୍ତମାନ ଓଡ଼ିଶା ପୁଲିସରେ ବହୁ କନେଷ୍ଟବଲ୍ଗ୍ରାଜୁଏଟ୍ ଅନେକ ଗ୍ରାଜୁଏଟ ମଧ୍ୟ ଏହି ଚାକିରୀ ପାଇଁ ଆବେଦନ କରୁଛନ୍ତି। ସେଭଳି କନେଷ୍ଟବଲଙ୍କୁ ଗୁରୁତ୍ବ ଦେଇ ସେମାନଙ୍କୁ ଅଧିକ ଦାୟିତ୍ବ ଦିଆଯିବାର ଆବଶ୍ୟକତା ରହିଛି। ଉପରସ୍ତରରେ ଏନେଇ ଆଲୋଚନା କରାଯାଇ ବିଭିନ୍ନ ଜିଲ୍ଲାରେ ଥିବା ଏଭଳି କନେଷ୍ଟବଲଙ୍କୁ ରାଜଧାନୀ ଆଣିବାକୁ ଯୋଜନା କରାଯାଉଛି। ଏଠାରେ ସେମାନଙ୍କ ସ୍ବତନ୍ତ୍ର ତାଲିମ୍ଦିଆଯିବ ବୋଲି ପୁଲିସ କମିସନ୍ର୍ସୁଧାଂଶୁ ଷଡ଼ଙ୍ଗୀ ଆଜି କହିଛନ୍ତି। ସବୁ ଠିକ୍ଠାକ୍ରହିଲେ, ମାସେ ମଧ୍ୟରେ ଏହି ପରିବର୍ତ୍ତନ କରାଯିବ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପିସିଆର୍ଭ୍ୟାନ୍ଗୁଡ଼ିକରେ ଅବସରପ୍ରାପ୍ତ ଆର୍ମି ଅଫିସର୍ବଦଳରେ ଜଣେ ଜଣେ ପୁଲିସ୍କର୍ମଚାରୀଙ୍କୁ ନିଯୁକ୍ତ କରାଯିବ। ଏଥିପାଇଁ ସେମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯିବ। ଅପରପକ୍ଷେ ନୂଆ ମୋଟର ଯାନ ଆଇନକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବାରୁ ଶ୍ରୀ ଷଡ଼ଙ୍ଗୀ ବାବଦରେ ମଧ୍ୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଲୋକଙ୍କୁ ହଇରାଣ ହରକତ କରିବା ପୁଲିସର ଉଦ୍ଦେଶ୍ୟ ନୁହେଁ। ମଦ୍ୟପ ଚାଳକ, ସିଟ୍ବେଲ୍ଟ, ହେଲ୍ମେଟ୍ନପିନ୍ଧିବା, ମୋବାଇଲ୍ବ୍ୟବହାର ଏବଂ ଦୁଃସାହାସିକ ଗାଡ଼ି ଚଳାନା କରୁଥିବା ଅମାନିଆ ଚାଳକଙ୍କୁ ସାବାଡ୍କରିବା ପାଇଁ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ତେଣୁ ଏଥିରେ ସମସ୍ତେ ସହଯୋଗ କରିବା ଦରକାର। ଆଇନକୁ କଡ଼ାକଡ଼ି କରିବା ଦ୍ବାରା ଟ୍ରାଫିକ୍ବ୍ୟବସ୍ଥାରେ ସୁଧାର ଆସିବ। ଲୋକେ ଅଧିକ ସଚେତନ ଯତ୍ନବାନ ହେବେ। ତେବେ ଏଣୁ ଏଣିକି ରାଜଧାନୀରେ ୫ଟି ନିୟମ ଉଲ୍ଲଙ୍ଘନ ପାଇଁ ଜରିମାନା ଆଦାୟ କରାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ସେଗୁଡ଼ିକ ହେଲା, ବାଇକ୍ରେ ତିନି ଜଣ ବସିବା, ମଦ ପିଇ ଗାଡ଼ି ଚଳାଇବା, ହେଲ୍ମେଟ୍ ସିଟ୍ବେଲ୍ଟ ପିନ୍ଧିବା, ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର ରଙ୍ଗରୁଟ୍ରେ ଯିବା ଇତ୍ୟାଦି। ତେବେ ପୁଲିସ ପକ୍ଷରୁ ଆଦାୟ ହେଉଥିବା ଜରିମାନା ରାଶିକୁ ୧ହଜାର ଟଙ୍କାରୁ କମାଇ ଶହ ଟଙ୍କା କରାଯାଇଛି। ପୁଲିସ ମୋଟା ଅଙ୍କର ଜରିମାନା ଆଦାୟ କରୁନାହିଁ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।   

08/09/2019

Leave a Reply

Your email address will not be published. Required fields are marked *

Comments