Bikash Khabar
ତେଲେଙ୍ଗାନା ଗ୍ରାମସଭା ର ନିଆରା ନିଷ୍ପତ୍ତି,ବଲାତ୍କାରୀ ଙ୍କୁ ଗାଁ ମନା

ମହିଳା ଏବଂ ଶିଶୁଙ୍କ ଉପରେ ବଢୁଥିବା ଯୌନ ଅପରାଧ ଘଟଣାକୁ ରୋକିବା ଦିଗରେ ତେଲେଙ୍ଗାନାର ଏକ ଗ୍ରାମସଭା ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଯୌନ ନିର୍ଯ୍ୟାତନକାରୀ କୌଣସି ପ୍ରକାରେ ବି ଗାଁ ସୀମା ମାଡ଼ିପାରିବେ ନାହିଁ ବୋଲି ସର୍ବସମ୍ମତି ନିଷ୍ପତ୍ତି ଗ୍ରହଣ କରାଯାଇଛି ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲା କାନୂକାନ୍ତା ଗ୍ରାମ ପଂଚାୟତ ଏଭଳି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି ବୋଲି  ଜଣେ ବୟସ୍କ ନିଜ ପ୍ରତିକ୍ରିୟା ରେ ସୁଚାଇଥିଲେ। ସେ କହିଥିଲେ ଯେ ଝିଅ ବୋହୁଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଉଥିବା ବ୍ୟକ୍ତି ତାର ପରିବାର ପାଇଁ ଏହି ଗାଁରେ ଜାଗାନାହିଁ। ଗାଁର ମହିଳା ଝିଅ ମାନଙ୍କ ସୁରକ୍ଷା ଆମ ପାଇଁ ପ୍ରାଥମିକତା ରଖେ ବୋଲି ଗ୍ରାମସଭା ପକ୍ଷରୁ କୁହାଯାଇଛି ଗାଁରେ ଯେ କେହି  ଦୁଷ୍କର୍ମ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କଲେ ଦଣ୍ଡିତ ହେବେ ତାଙ୍କୁ ଗ୍ରାମ ପଂଚାୟତରେ ହାଜର କରାଯିବ ପଂଚାୟତ ପୋଲିସ ହାତରେ ହସ୍ତାନ୍ତରିତ କରିବ। ଦଣ୍ଡିତ ବ୍ୟକ୍ତି ତାର ପରିବାର ଗ୍ରାମ ସୀମା ମାଡି ପାରିବେ ନାହିଁ। ସାରା ଦେଶରେ ଯୌନ ଵ୍ୟଭିଚାରୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଥିବା ବେଳେ କାନୂକାନ୍ତା ପଂଚାୟତ ଅସଲ ରୂପାୟନ ପାଇଁ ଆଗକୁ ଆସିଥିବା କହନ୍ତି ଏହାର ସରପଞ୍ଚ ନିଲମ୍ମା ନାଏବ ସରପଞ୍ଚ ଗୋବର୍ଧନ ରେଡ୍ଡୀ ନାବାଳିକାଙ୍କୁ ପ୍ରତି ଶୂନସହନଶୀଳତା ନୀତିକୁ ଆପଣେଇଥିବା ଏହି ଗ୍ରାମସଭା ନିଷ୍ପତ୍ତି ରାଜ୍ୟରେ ଏବେ ହଇଚଇ ସୃଷ୍ଟି କରିଛି     

23/07/2019

Leave a Reply

Your email address will not be published. Required fields are marked *

Comments