Bikash Khabar
‘ଗାର୍ଡ ଅଫ୍‌ ଅନର୍‌’ ବ୍ୟବସ୍ଥା ଉଚ୍ଛେଦ ,ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ଏଣିକି ମାନ୍ୟବର ଭାବେ ସମ୍ବୋଧନ

ରାଜ୍ୟରେ ଗାର୍ଡ ଅଫ୍ଅନର୍ବ୍ୟବସ୍ଥା ଉଚ୍ଛେଦ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ସରକାରୀ ପଦାଧିକାରୀମାନଙ୍କୁ ଦିଆଯାଉଥିବା ଗାର୍ଡ ଅଫ୍ଅନର୍’/ହାଉସ୍ଗାର୍ଡକୁ ଉଚ୍ଛେଦ କରାଯାଇଛି। କେବଳ ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ ଏବଂ ଉତ୍କଳ ଦିବସ ପାଳନ ଅବସରରେ ନିମନ୍ତ୍ରିତ ମୁଖ୍ୟ ଅତିଥିଙ୍କୁ ଗାର୍ଡ ଅଫ୍ଅନର୍ଦିଆଯିବ। ତେବେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଲୋକାୟୁକ୍ତ, ସୁପ୍ରିମକୋର୍ଟ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ଅନ୍ୟ ବିଚାରପତିଙ୍କ କ୍ଷେତ୍ରରେ ଏହା ପୂର୍ବଭଳି କାର୍ଯ୍ୟକାରୀ ହେବ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ସରକାରୀ ଗାଡ଼ିରୁ ପ୍ରଥମେ ନାଲିବତୀ ହଟାଇ ଉଦାହରଣ ସୃଷ୍ଟି କରିଥିଲେ।ଏହି କ୍ରମରେ ରାଜ୍ୟ ସରକାର ଆଉ ଏକ ନିଷ୍ପତ୍ତି ନେଇଛନ୍ତି।ରାଜ୍ୟରେ ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ଏଣିକି ମାନ୍ୟଵର ସମ୍ବୋଧନ କରାଯିବ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ମହନୀୟ ଅବଦାନ କୁ ସମ୍ମାନ ଜଣାଇ ରାଜ୍ୟ ସରକାର ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ସଭାସମିତି ମାନଙ୍କରେ ମାନ୍ୟବର ଭାବେ ସମ୍ବୋଧନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି

 

15/08/2019

Leave a Reply

Your email address will not be published. Required fields are marked *

Comments