Bikash Khabar
ନୁଆଁ ବର୍ଷକୁ ସ୍ୱାଗତ ପାଇଁ ଫୁଲ ବଜାର ରେ ଅସମ୍ଭଵ ଉଷ୍ମତା

ରାତି ପାହିଲେ ନୂଆ ବର୍ଷ ବିଦାୟ ନେଉଛି ୨୦୧୯ ନୂଆ ବର୍ଷକୁ ସ୍ୱାଗତ ପାଇଁ ସବୁଠି ଦେଖିବାକୁ ମିଳୁଛି ଉତ୍ସାହ ବଣଭୋଜି ପାଇଁ ସମସ୍ତେ  ମସଗୁଲ। ସମଗ୍ର ରାଜଧାନୀ ରେ  ଆଲୋକ ରୋଷଣୀ କିଏ ଫୁଲ ତୋଡ଼ା ଦେଇ ନୂଆବର୍ଷର ଅଭିନନ୍ଦନ ଜଣାଇବ ପୁଣି କିଏ କେକ୍କାଟି ନୂଆ ବର୍ଷର ପ୍ରଥମ ସ୍ମୃତିକୁ ନିଆରା ଢଙ୍ଗରେ ପାଳନ କରିବ। ନୂଆବର୍ଷକୁ ନିଆରା କରିବାକୁ ରକମ ରକମର କେକ୍ପାଇଁ ବଇନ ପହଞ୍ଚିଲାଣି। ପୁଣି କିଏ ଭିନ୍ନ ଧରଣର ଫୁଲ ତୋଡ଼ା ପାଇଁ ବଇନା ଦେଇସାରିଲାଣି। ରାଜଧାନୀରେ ବର୍ଷ ତମାମ୍ଫୁଲର ଚାହିଦା ରହିଥିବା ବେଳେ ନୂଆବର୍ଷରେ ଫୁଲ ବୁକେ ବେପାର ଅଧିକ ଜମେ। ଏଥିପାଇଁ ବେପାରିମାନେ କୋଲକାତା, ବେଙ୍ଗାଲୁରୁ ଥାଇଲାଣ୍ଡରୁ ଫୁଲ ମଗାଇ ସାରିଲେଣି। ଲିଲି, କାନେଶାନ୍, ଅର୍କିଡ୍, ବିଓପି, ଆନ୍ଥୋରିୟମ୍, ଜାର୍ଭେରା, ଗାଡ୍ଡି, ଷ୍ଟାର୍, ସେବତୀ, କିସାନ୍ତିବାର୍, ଡଚ ରୋଜ୍ଠାରୁ ଆରମ୍ଭ କରି ଲାଲ୍, ନାରଙ୍ଗୀ, ହଳଦିଆ, ଗୋଲାପୀ, ଧଳା ରଙ୍ଗର ଗୋଲାପ ଫୁଲ ବାହାରୁ ମଗାଇଛନ୍ତି। ଏଥିସହ ଏରିକା, ସୋନାବିଣ୍ଡା ପାରାକମ୍ ଆଦି ପତ୍ର ମଗାଇଛନ୍ତି। ଅନ୍ୟ ଦିନ ଅପେକ୍ଷା ନୂଆବର୍ଷରେ ସେମାନଙ୍କ ବେପାର ଖୁବ୍ଜମେ ବୋଲି କହିଛନ୍ତି ସୂର୍ଯ୍ୟନଗରସ୍ଥିତ ବାବା ପଞ୍ଚଲିଙ୍ଗେଶ୍ବର ଫ୍ଲାଓ୍ୱାରିଷ୍ଟର ସୂର୍ଯ୍ୟକାନ୍ତ ସ୍ବାଇଁ। ଅର୍କିଡ୍ସ୍ୱତନ୍ତ୍ର ଭାବେ ଥାଇଲାଣ୍ଡରୁ ଆମଦାନି ହେଉଥିବା ବେଳେ ଗୋଲାପ ସବୁ କୋଲ୍କାତାରୁ, ଲିଲି ବେଙ୍ଗାଲୁରୁରୁ ବାକ୍ସୋ ପାରାଡାଇଜ୍ ମଣିପୁରରୁ ଭୁବନେଶ୍ବରକୁ ଆସୁଛି। ଲିଲିର ଦାମ୍ଗୋଟା ପିଛା ୧୨୫- ୧୩୦ ଟଙ୍କା ଥିବା ବେଳେ ଅର୍କିଡ୍ଗୋଟାର ଦାମ୍୫୦ ଟଙ୍କା ଗୋଲାପ ୧୦ରୁ ୨୦ ଟଙ୍କା ରହିଛି। ୫୦ ଟଙ୍କାରୁ ନେଇ ବିଭିନ୍ନ ରକମର ଫୁଲତୋଡ଼ା ଉପଲବ୍ଧହୁଏ ବୋଲି ସେ କହିଛନ୍ତି। ୩୧ ତାରିଖ ରାତି ଜାନୁଆରି ପହିଲା ଦୁଇ ଦିନରେ ପ୍ରାୟ ୨ରୁ ଅଢ଼େଇ ଲକ୍ଷ ଟଙ୍କାର ବ୍ୟବସାୟ ଆଶା ରଖିଛନ୍ତି।ଦରଦାମ ବୃଦ୍ଧି ସତ୍ୱେ ଫୁଲ ବଜାର ରେ ଗ୍ରାହକ ଙ୍କ ଭିଡ଼ ଦେଖିବାକୁ ମିଳିଛି ନୂଆବର୍ଷ ଦିନ ପାଗ ଭଲ ରହିଲେ ବେପାର ଜମିବ ବୋଲି କୁହାଯାଉଛି

31/12/2019

Leave a Reply

Your email address will not be published. Required fields are marked *

Comments