Bikash Khabar
ଆକାଶରୁ ଝରୁଛି ନିଆଁ ଝୁଲ, ୯ ଜିଲ୍ଲା ପାଇଁ ଜାରି ହେଲା ହିଟ୍‌ଓ୍ବେଭ୍‌ ସତର୍କ ସୂଚନା

ଚଳିତବର୍ଷ ରାଜ୍ୟରେ ରେକର୍ଡ ଭାଙ୍ଗୁଛି ତାତି।ପଶ୍ଚିମ ଓଡ଼ିଶାର ଆକାଶରୁ ଝରୁଛି ନିଆଁ ଝୁଲ।ବାଦପଡ଼ିନାହିଁ ଉପକୂଳ ଓଡିଶା।   ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବୃଦ୍ଧି ପାଉଥିବା ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଶନିବାର କଟକ ,ଭୁବନେଶ୍ୱର  ମହାନଗର ରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇଥିବା ବେଳେ ଦୁଇଟି  ସହରର ତାପମାତ୍ରା ୪୬ଡିଗ୍ରୀ ଟପିଛି ରବିବାର ତାଳଚେର ସର୍ବାଧିକ ଉତ୍ତପ୍ତ ସହର ଭାବେ ୪୪.୬ଡିଗ୍ରୀ ସେଲ୍ସିୟସ୍ତାପମାତ୍ରାରେ ପହଂଚି ଯାଇଥିବା ଜଣ ପଡିଛି ସେହିଭଳିରବିବାର  ୧୧ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି।ଆଜି ଅର୍ଥାତ ସୋମବାର ଜିଲାକୁ ହିଟ୍ଓ୍ବେଭ୍ସତର୍କ ସୂଚନା ଜାରି କରାଯାଇଛି। ଏହାସହ କେତେକ ଜିଲାରେ ସ୍ବଳ୍ପ ବର୍ଷା ସହ କାଳବୈଶାଖୀ ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ରବିବାର ତାଳଚେରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଏହା ତଳକୁ ସମ୍ବଲପୁର, ଟିଟିଲାଗଡ଼ ମାଲକାନଗିରିରେ ୪୪ଡିଗ୍ରୀ ସେଲ୍ସିୟସ୍ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗୀରରେ ୪୩., ସୋନପୁର ୪୩., ହୀରାକୁଦ ୪୩., ଝାରସୁଗୁଡ଼ା ୪୩, ଭବାନୀପାଟଣା ୪୨., ଅନୁଗୋଳ ୪୧. ସୁନ୍ଦରଗଡ଼ରେ ପାରଦ ୪୧ଡିଗ୍ରୀ ଛୁଇଁଛି। ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ହିଟ୍ଓ୍ବେଭ୍ଲୋକଙ୍କ ମୁଣ୍ଡବ୍ୟଥା ସୃଷ୍ଟି କରିଛି। ଉପକୂଳ ଓଡ଼ିଶା ବାୟୁମଣ୍ଡଳରେ ଥିବା ଆର୍ଦ୍ରତା ଅସହ୍ୟ ଗୁଳୁଗୁଳି ଲୋକଙ୍କୁ ଦୁର୍ଦ୍ଦଶା ଆଣିଦେଇଛି।

ଅନ୍ୟପକ୍ଷରେ ସୋମବାର ଗଞ୍ଜାମ, ଗଜପତି, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କୋରାପୁଟ ମୟୂରଭଞ୍ଜ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ହୋଇପାରେ। ଏହାସାଙ୍ଗକୁ ଘଡ଼ଘଡ଼ି ୩୦ରୁ ୪୦କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ସେହିଭଳି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ବରଗଡ଼, ସୋନପୁର, ବଲାଙ୍ଗୀର ନୂଆପଡ଼ାରେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କ ସୂଚନା ଦିଆଯାଇଛି। ଏହି ଜିଲାରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ହିଟ୍ଓ୍ବେଭ୍ଆଲର୍ଟଜାରି କରାଯାଇଛି। ଅତି ଜରୁରୀ କାମ ଥିଲେ ଘରୁ ବାହାରକୁ ବାହାରିବା ପାଇଁ କୁହାଯାଇଛି

27/05/2019

Leave a Reply

Your email address will not be published. Required fields are marked *

Comments