ଇତିହାସର ମୂକସାକ୍ଷୀ ଧଉଳି । ଏଠି ଦିନେ ସମ୍ରାଟ ଅଶୋକ ଚଣ୍ଡାଶୋକରୁପାଲଟିଥିଲେ ଧର୍ମାଶୋକ। ବୌଦ୍ଧ ଓ ଶୈବ ସଂସ୍କୃତି ସମନ୍ୱୟରେ ଏଠାରେ ନିର୍ମିତ ଶାନ୍ତିସ୍ତୁପ ଓ ତାର ପାଦଦେଶରେ ପ୍ରବାହମାନ ଦୟାନଦୀ ଗବେଷକ,ପର୍ଯ୍ୟଟକ ଓ ବୌଦ୍ଧ-ହିନ୍ଦୁ ଧର୍ମାବଲମ୍ବୀମାନଙ୍କୁ ଟାଣି ଆଣିଥାଏ । ଦୟା ର ଗୋଟିଏ ପଟରେ ଶାନ୍ତିସ୍ତୁପ ରହିଥିବା ବେଳେ ଏହାର ଅପର ପାଶ୍ୱର୍ରେ ରହିଛି ରଣ ଗୋହିରୀ । ସେହି ରଣଗୋହିରୀରେ ଅଶୋକଙ୍କ ସହ ଲଢିଥିଲା କଳିଙ୍ଗ । ପ୍ର·ର ପ୍ରସାର ଅଭାବରୁ ଇତିହାସର ଏହି ରଣ ଗୋହିରୀ
ଲୋକଲୋଚନରୁ ହଜିଯିବାକୁ ବସିଛି । ଐତିହ୍ୟର ସ୍ମାରକୀ ଶାନ୍ତିସ୍ତୁପ, ରଣଭୂମି ଓ ଦୟାନଦୀକୁ ଆକର୍ଷଣୀୟକରାଯିବାର ବହୁ ସମ୍ଭାବନା ରହିଛି । କିନ୍ତୁ ଯେଭଳି ଭାବେ ଏହା କରାଯିବା କଥା, ହୋଇପାରି ନାହିଁ । ଯଦି ଦୟାବ୍ରିଜ୍ ଠାରୁ ଦୟାନଦୀକୁ ଗଭୀର ଭାବେ ଖନନ କରାଯାଇପାରନ୍ତା ତେବେ ପର୍ଯ୍ୟଟକମାନେ ଜଳଯାତ୍ରାର ମଜ୍ଜାନେଇ ଶାନ୍ତିସ୍ତୁପ ନିକଟରେ ପହଞ୍ôଚ ପାରନ୍ତେ । ତିନି କିଲୋମିଟର ବ୍ୟାପୀ ଦୟା ସୁଗଭୀର ହେଲେ ନୌକାବିହାର ସୁଗମ ହୋଇପାରନ୍ତା । ରଣ ଗୋହିରୀରେ ଯୁଦ୍ଧ ସ୍ମୃତିକୁ ନେଇ ଏକ ଶିଳାମୂର୍ତ୍ତି ସଂଗ୍ରହାଳୟ ବା ଆର୍ଟ ଗ୍ୟାଲେରୀ ନିର୍ମାଣ କରାଯିବା ସହିତ ସ୍ଥାପତ୍ୟ କଳାର ପ୍ରଦର୍ଶନୀ ବ୍ୟବସ୍ଥା ରହିଲେ ପର୍ଯ୍ୟଟକମାନଙ୍କ ସଂଖ୍ୟା ବଢିପାରନ୍ତା ବୋଲି ଜାତୀୟ ଯୁବ ପୁରସ୍କାରପ୍ରାପ୍ତ ସମାଜସେବୀ ସୁଶାନ୍ତ ସାହୁ ନିଜ ପ୍ରତିକ୍ରିୟାରେ କହନ୍ତି ।ସୂଚନାଯୋଗ୍ୟ ଯେ, ରାଜ୍ୟ ପର୍ଯ୍ୟଟନ ବିଭାଗର ଆନ୍ତରିକତାର ଅଭାବ ଯୋଗୁ ଐତିହ୍ୟସ୍ଥଳ ଧଉଳିର ଅନେକ ବିକାଶ ପ୍ରକଳ୍ପ ଅଧା ପନ୍ତରିଆ ହୋଇରହିଛି। ବ୍ୟାଟେରୀ ·ଳିତ ବସ୍ ସେବା ଠାରୁ ଆରମ୍ଭ କରି ଲାଇଟ୍ଆଣ୍ଡ୍ ସାଉଣ୍ଡ୍ ପ୍ରୋଗ୍ରାମରେ କୋଟି କୋଟି ଟଙ୍କା ବ୍ୟୟ ହୋଇ ସୁଦ୍ଧା ସୁଫଳ ମିଳିନାହିଁ । ଐତିହ୍ୟ ସଂଗ୍ରହାଳୟ, ଶିଳାସ୍ଥାପତ୍ୟର ପ୍ରଦର୍ଶନୀ, ନୌବିହାର ଭଳି ଅନେକ ପ୍ରଭାବୀ ଓ ଐତିହ୍ୟକୁ ଯୋଡ଼ିବା ଭଳି କାର୍ଯ୍ୟକ୍ରମ ଆରମ୍ଭ ହେବାଆବଶ୍ୟକ ବୋଲି ସାମାଜିକ କର୍ମୀ ସୁଶାନ୍ତ ସାହୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଚିଠି ଲେଖିଥିବା ଜଣାଯାଇଛି ।
19/08/2019