Bikash Khabar
ମାଡି ଆସୁଛି ବାୟୁ:କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ରରେ ହାଇ ଆଲର୍ଟ

 କେରଳ ଛୁଇଁଛି ମୌସୁମୀ ବାୟୁ ମୌସୁମୀର ଆଗମନ କୁ ନେଇ ଚାଷୀ ଠାରୁ ଅର୍ଥନୀତିଜ୍ଞ ଙ୍କ ଯାଏଁ ସମସ୍ତେ ଅପେକ୍ଷା କରିଥିବା ବେଳେ ଆତଙ୍କ ସୃଷ୍ଟିକାରୀ ଆରବ ସାଗରରେ ଅବପାତ ରୂପ ନେଇ ଅଗ୍ରସର ହେଉଛି ବାତ୍ୟା ବାୟୁ ବାୟୁ କୁ ନେଇ କେରଳ,କର୍ଣ୍ଣାଟକ,ମହାରାଷ୍ଟ୍ରରେ ହାଇ ଆଲର୍ଟ ଜାରି କରାଯାଇଛି ଗତ ସପ୍ତାହରେ ଆରବ ସାଗରରେ ସୃଷ୍ଟି ହୋଇଥିବା  ଲଘୁଚାପ ଅବପାତରେ ପରିଣତ ହୋଇଛି ଏବଂମଙ୍ଗଳବାର ଦିନ ଏହା ବାତ୍ୟା ରୂପ ହେବ ବୁଧବାର ସକାଳକୁ ଏହା ଅଧିକ ଉଗ୍ର ରୂପ ଧାରଣ କରି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି ଏହି ବାତ୍ୟାର ନାଁ ଭାରତ ଦେଇଥିବା  ନାମ ଅନୁସାରେବାୟୁ ରଖାଯାଇଛି

ବାତ୍ୟାର ପ୍ରଭାବରେ କେରଳ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ମିଟର ଉଚ୍ଚତାରେ ଜୁଆର ଉଠିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ଗୁରୁବାର ଅପରାହ୍ନ ସୁଦ୍ଧା ବାତ୍ୟା ଗୁଜରାଟ ଉପକୁଳବର୍ତ୍ତି ଅଞ୍ଚଳରେ ପହଞ୍ଚିବ। ଏନେଇ କେରଳ , କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଗୁଜରାଟରେ ହାଇ ଆଲର୍ଟ ଜାରି ହୋଇଛି। ବାତ୍ୟା ପ୍ରଭାବରେ ଲାକ୍ଷାଦ୍ବୀପରେ ଆସନ୍ତା ଦିନ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ କେବଳ ଉପକୂଳ କର୍ଣ୍ଣାଟକ ଏବଂ କେରଳକୁ ବର୍ଷା ଏବଂ ବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଜୁନ୍୧୧ରେ ଲାକ୍ଷାଦ୍ବୀପ, କେରଳ , କର୍ଣ୍ଣାଟକ ଏବଂ ଦକ୍ଷିଣ ମହାରାଷ୍ଟ୍ରରେ ଘଣ୍ଟାକୁ ୪୦-୬୦ କିମି ବେଗରେ ପବନ ବହିବ ଏବଂ ଜୁନ୍୧୨ରେ ପବନରବେଗ ବଢ଼ି ୭୦-୯୦ ଏବଂ ୧୩ ତାରିଖରେ ପବନର ବେଗ ୯୦-୧୧୦ ରହିବ ବୋଲି ସୂଚନା ମିଳିଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ତେବେ ଓଡ଼ିଶା ପ୍ରତି କୌଣସି ବିପଦ ନାହିଁ।

11/06/2019

Leave a Reply

Your email address will not be published. Required fields are marked *

Comments