Bikash Khabar
ଦୁଇ ଦଶନ୍ଧିର ମେହନତ ସାକାର ହେଲା,ଘର ପାଲଟିଲା ପାହାଡି ସଂଗ୍ରହାଳୟ -ଆଜି ଦେଶ ବିଦେଶ ରୁ ଆସୁଛନ୍ତି ପର୍ଯ୍ୟଟକ

ହିମାଳୟ ସହ ଅସୁମାରୀ ଭଲପାଇବା ଏକ ନିଚ୍ଛକ କାହାଣୀ ଶୁକ୍ଳା ଦମ୍ପତ୍ତି ଙ୍କ ଯବନ ଚର୍ଯ୍ୟା ରୁ ଜଣାଯାଏ ୨୩ ବର୍ଷ ତଳେ ଉତ୍ତରପ୍ରଦେଶ ଏହି ଦମ୍ପତ୍ତି ହିମାଳୟ ପରିଦର୍ଶନରେ ଯାଇଥିଲେ। ହିମାଳୟର ପ୍ରାକୃତିକ ବିଭବ,ବୃକ୍ଷରାଜି,ବିଭିନ୍ନ ପ୍ରକାର ପକ୍ଷୀଙ୍କ କାକଳି ଏହି ଦମ୍ପତ୍ତିଙ୍କ ଅଭିଭୂତ କରାଇଥିଲା ସେଠାରୁ ଫେରିବା ପରେ ସେ ପାହାଡ଼ର କୋଳରେ ରହିବ ପାଇଁ ନିଷ୍ପତ୍ତି ନେଇ ନିଜର ପୈତୃକ ଘରବାଡ଼ି ବିକ୍ରିକରି ପ୍ରାକୃତିକ ଶୋଭା ସୁଷମାରେ ଭରା ମଶୁରି କୁ ନିଜର ନୁଆଁ ଠିକଣା କଲେ ଗଡ଼ୱାଳ ହିମାଳୟ ଠୁ ଆରମ୍ଭ କରି ସେ କୁମାୟୁନ,ଜୋଂଶାର,ହିମାଚଳ,ଜାମ୍ମୁ କାଶ୍ମୀର,,କୈଳାଶ ମାନସରୋଵର,ସହିତ ପୁରା ହିମାଳୟ ପରିଦର୍ଶନ କରିବା ସହିତ ବିଭିନ୍ନ ସ୍ଥାନରୁ ଶିଳା ଖଣ୍ଡ ମାନ ସଂଗ୍ରହ କରି ନିଜ ଘରେ ସ୍ଥାନ ଦେଲେ ଜଙ୍ଗଲ ପାହାଡ଼ କୁ ଭଲ ପାଇବାର ନିଆରା ଧାରା ଏଇଠୁ ଆରମ୍ଭ ହୋଇଥିଲା      ନିଜ ଘରକୁ ସୋହମ ହେରିଟେଜ ମ୍ୟୁଜିୟମ ନାମଦେଇ କାମ ଆରମ୍ଭ କଲେ। କିଛି ବର୍ଷ ତଳେ ବୌଧ ଧର୍ମଗୁରୁ ଦଲାଇଲାମା ଙ୍କ ସମେତ ଶୁକ୍ଲାଦମ୍ପତ୍ତିଙ୍କୁ ହିମାଳୟ ହିରୋ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା    ସମୀର ଶୁକ୍ଲା ଏବଂ ତାଙ୍କ ପତ୍ନୀ କବିତା ଶୁକ୍ଲା ଙ୍କ ଏହି ସଂଗ୍ରହାଳୟରେ

ହିମାଳୟର ଦୁର୍ଲଭ ଛାୟା ଚିତ୍ର ବ୍ୟତୀତ ଭିନ୍ନ ଭିନ୍ନ ଖାଦ୍ୟପେୟ,କଳାସଂସ୍କୃତି ,ପର୍ବପର୍ବାଣି,ବେଶଭୂଷା ଏବଂ ଲୋକସଂସ୍କୃତି ବିବିଧ ବର୍ଣାଳୀ ଦେଖିବାକୁ ମିଳିଥାଏ  ,

14/07/2019

Leave a Reply

Your email address will not be published. Required fields are marked *

Comments