Bikash Khabar
ନୂଆବର୍ଷ ପାଇଁ ସଜେଇ ହୋଇଛି ପୁରୀ,୧ ତାରିଖ ମଧ୍ୟରାତ୍ରୀରୁ ଫିଟିବ ସିଂହ ଦ୍ୱାର

 ନୂଆବର୍ଷ ପାଇଁ ସଜେଇ ହୋଇଛି ଶ୍ରୀକ୍ଷେତ୍ର ଭକ୍ତଙ୍କ ସୁବିଧା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ବଡ଼ଦାଣ୍ଡ, ନବ ନିର୍ମିତ ସେଡ୍ ବା ଛାମୁଣ୍ଡିଆ ଏବଂ ମନ୍ଦିରର ଚାରିପାଖକୁ ବେଶ ଆକର୍ଷଣୀୟ ଢ଼ଙ୍ଗରେ ସଜେଇ ଦିଆଯାଉଛି ପ୍ରାପ୍ତ  ସୂଚନା ଅନୁସାରେ, ନୂଆବର୍ଷ ପାଇଁ ୩୧ ତାରିଖ ରାତିରେ  ଶ୍ରୀଜୀଉଙ୍କ ଶୀଘ୍ର ପହୁଡ଼ ପଡ଼ିବ ଜାନୁୟାରୀ ତାରିଖ ରାତି ୧୨ଟାରେ ଦ୍ୱାର ଫିଟିବ ସେହିପରି ମଙ୍ଗଳଆଳତୀ ୧ଟା, ରୋଷହୋମ ୪ଟା, ମଇଲମ ତଡ଼ପ ଲାଗି ୪ଟା ୩୦, ଅବକାଶ ୫ଟା ୧୫, ସୂର୍ଯ୍ୟପୂଜା ୫ଟା ୪୫, ଦ୍ୱାରପାଳ ପୂଜା ୬ଟା, ବେଶ ଶେଷ ୬ଟା୩୦ ପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି ଅନ୍ୟପଟେ ମଧ୍ୟାହ୍ନ ଧୂପ ୧୧ଟାରୁ ୧୨ଟା୩୦ ଏବଂ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ ତେବେ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଦେଖି ଦିନ ୧୧ଟା ସୁଦ୍ଧା ମହାପ୍ରସାଦ ବାହାରିବାର ବ୍ୟବସ୍ଥା କରାଯାଇଛି କେବଳ ଏତିକି ନୁହେଁ, ଭକ୍ତମାନେ ଯିବାବେଳେ ସେମାନଙ୍କ ମନରେ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିବା ପାଇଁ ସେଡ ନିକଟରେ ଭଜନ ଶୁଣିବା ପାଇଁ ଲାଗିଛି ସ୍ପିକର ଆଉ ଏସବୁ ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା ତେବେ ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ନୂଆବର୍ଷ ପାଇଁ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ୮ଶହ ପୁଲିସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ସୋମବାର ରାତିରୁ ଗୁରୁବାର ଦିନ୨ଟା ଯାଏଁ ଏହି ସୁରକ୍ଷା ବ୍ୟବସ୍ଥା ବଳବତ୍ତର ରହିବ

31/12/2019

Leave a Reply

Your email address will not be published. Required fields are marked *

Comments