Bikash Khabar
ଭାଙ୍ଗିଲା ମେଘନାଦ ପାଚେରୀ ସଲଗ୍ନ କୋଠା

ଭକ୍ତ ଙ୍କ  ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଗତକାଲି ସୋମବାର ଠାରୁ  ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ପୂର୍ବ ନିଷ୍ପତ୍ତି ମୁତାବକ ମେଘନାଦ ପାଚେରି ସଂଲଗ୍ନ ସମସ୍ତ ସରକାରୀ ବେସରକାରୀ କୋଠାକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି। ପ୍ରଶାସନର ଏଭଳି ବଡ଼ ପଦକ୍ଷେପକୁ ନେଇ  ବିରୋଧର ଯେଉଁ ଆଶଙ୍କା ରହିଥିଲା, ସେଭଳି କୌଣସି ପରିସ୍ଥିତି ଦେଖିବାକୁ ମିଳିନି। ବରଂ, ଶାନ୍ତିଶୃଙ୍ଖଳାର ସହ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି। ସୂଚନାନୁସାରେ, ପ୍ରଥମ ଦିନରେ ମେଘନାଦ ପାଚେରିକୁ ଲାଗି ରହିଥିବା ମଠ, ମନ୍ଦିର ସିଂହଦ୍ବାର ସମ୍ମୁଖ ଜୋତା ଷ୍ଟାଣ୍ଡକୁ ଛାଡ଼ିଦେଲେ ବାକି ସବୁ କୋଠା ଉଚ୍ଛେଦ କାର୍ଯ୍ୟ ଅର୍ଧାଧିକ ଶେଷ ହୋଇଛି। ଉଚ୍ଛେଦ ସମୟରେ ଜଣ ମାଜିଷ୍ଟ୍ରେଟ୍ଙ୍କ ସମେତ ରିଜର୍ଭ ପୁଲିସ, ଓଏସ୍ଏଏଫ୍ ଆଦିଙ୍କୁ ମିଶାଇ ୨୪ ପ୍ଲାଟୁନ୍ ଫୋର୍ସ ଉପସ୍ଥିତ ରହିଥିଲେ।ପ୍ରଥମେ ସିଂହଦ୍ବାର ମେଘନାଦ ପାଚେରି ସଂଲଗ୍ନ ଶ୍ରୀମନ୍ଦିର ସୂଚନା କେନ୍ଦ୍ର, ସୂଚନା ଲୋକସଂପର୍କ କାର୍ଯ୍ୟାଳୟର ନବନିର୍ମିତ କୋଠା, ରାମଦୟା ପରିଷଦ କୋଠା, ସିଂହଦ୍ବାର ଫାଣ୍ଡି ଘରକୁ ଭାଙ୍ଗିଦିଆଯାଇଥିଲା ଶ୍ରୀମନ୍ଦିର ସୂଚନା କେନ୍ଦ୍ର ସହିତ ଦିବ୍ୟାଙ୍ଗ ରାମ୍ପ, ମୋବାଇଲ୍ ଷ୍ଟାଣ୍ଡ୍ ଅସ୍ଥାୟୀ ଜୋତାଷ୍ଟାଣ୍ଡକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। କୋର୍ଟ ମାମଲା ଯୋଗୁ ସିଂହଦ୍ବାର ସମ୍ମୁଖ ଗୁନ ସିଂହାରୀଙ୍କ ଜୋତାଷ୍ଟାଣ୍ଡକୁ ଛାଡ଼ି ଦିଆଯାଇଛି। ସେହିଭଳି ଦକ୍ଷିଣ ଦ୍ବାରରେ ଥିବା ସେସୁ କାର୍ଯ୍ୟାଳୟ, ପିଏଚ୍ଡି କାର୍ଯ୍ୟାଳୟ, ଶୌଚାଳୟକୁ ଭାଙ୍ଗି ଦିଆଯାଇଥିବା ବେଳେଛୋଟମୋଟ ଦୋକାନ ଘରକୁ ଉଚ୍ଛେଦ କରାଯାଇଛି। ପଶ୍ଚିମଦ୍ବାରରେ ଥିବା ସେସୁ କାର୍ଯ୍ୟାଳୟ, ପିଏଚ୍ଡି କାର୍ଯ୍ୟାଳୟ, ମେଘନାଦ ପାଚେରି ସଂଲଗ୍ନ ସଂକୀର୍ତନ ଘର ଶୌଚାଳୟକୁ ଭାଙ୍ଗି ଦିଆଯାଇଛି। କେବଳ ମଠ, ମନ୍ଦିର ଉଚ୍ଛେଦରୁ ବାଦ୍ ପଡ଼ିଛି। ପର୍ଯ୍ୟାୟକ୍ରମେ ଏହାକୁ ବି ଉଚ୍ଛେଦ କରାଯିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି। ଶ୍ରୀମନ୍ଦିର ପରମ୍ପରା ସହିତ ଜଡ଼ିତ ମଠ, ମନ୍ଦିରକୁ ବାଦ୍ ଦେଇ ଅନ୍ୟ ସବୁକୁ ଉଚ୍ଛେଦ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି।

20/08/2019

Leave a Reply

Your email address will not be published. Required fields are marked *

Comments